ବ୍ରହ୍ମପୁର : ଘୋଡାରେ ବସି ବାହା ହେବାକୁ ଯାଉଥିଲେ ଦୁଇଭାଇ ପୋଲିସ ଆସି ପହଞ୍ଚିଗଲା । ଥାନରେ ୩ ଜଣ ଅଟକ ଓ କଟିଲା ଫାଇନ୍ । ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ପଂଚାୟତ ଗୋଦାରାପଲି ଗାଁରେ ଏଭଳି ଘଟଣା ଦେଖାବାକୁ ମିଳିଛି । ସୂଚନା ଅନୁଯାୟୀ, ବାଣ ରୋଷଣୀରେ ଘୋଡ଼ା ପିଠିରେ ବସି ବାହା ହେବାକୁ ଗଲେ ବର। ରାତିରେ ଜାକଜକମର ହେଲା ବାହାଘର। ଆଜି ସକାଳେ ବର ଓ ବୋହୂ ଘରକୁ ଫେରିବା କଥା। ହେଲେ ଥାନାକୁ ଗଲା ବର। କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଙ୍ଘନ କରିଥିବାରୁ ଗଞ୍ଜାମ ପୁଲିସ ଦୁଇ ବର ଓ ତାଙ୍କ ବାପାଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂରା ଘଟଣାଟି ଏମିତି। ହିଞ୍ଜିଳିକାଟୁ ଦୁର୍ଗନ୍ଧ ପଞ୍ଚାୟତର ଗୋଦାରାପାଲି ଗାଁର କେ. ରାମମୂର୍ତିଙ୍କ ଦୁଇ ପୁଅ କେ.ସୁଶାନ୍ତ ଓ କେ. ବସନ୍ତଙ୍କର ଶୁକ୍ରବାର ବାହାଘର ଥିଲା। ବୈଦିକ ରୀତିନୀତିରେ ବାହାଘର ହେଲା। ବାହାଘର ପରେ ରାତିରେ ଦୁଇ ଭାଇ ଘୋଡ଼ାରେ ବସି ଗାଁ ପରିକ୍ରମା କରୁଥିଲେ। ଆଗରେ ଯାଉଥିଲା ରୋଷଣୀ ଓ ଡିଜେ ଗାଡ଼ି। ପଛରେ ଦୁଇଟି ଘୋଡ଼ାରେ ବସି ଦୁଇ ଭାଇ ବୁଲୁଥିଲେ। ସେହି ଶୋଭାଯାତ୍ରାରେ ଛୋଟ ପିଲା ଓ ମହିଳା ସାମିଲ୍ ଥିଲେ। କାହାରି ମୁହଁରେ ମାସ୍କ ନଥିବା ଅଭିଯୋଗ ହୋଇଛି। ବିବାହ ଉତ୍ସବରେ ୩୦ରୁ ଅଧିକ ଲୋକ ସାମିଲ ଥିବା ଅଭିଯୋଗ ହେଉଛି।