<h3>କୋଟିଏ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର। ରାଜନଗର ବ୍ଲକ କୃଷ୍ଣନଗର ପଂଚାୟତ ପୋଷ୍ଟ ଅଫିସରେ କୋଟିଏ ଟଙ୍କା ହେରଫେର କରି ପୋଷ୍ଟ ମାଷ୍ଟର ଫେରାର ଅଭିଯୋଗ | ପୋଷ୍ଟ ମାଷ୍ଟର ଦୀପଙ୍କର ଦାସ ଜମାକାରୀଙ୍କୁ ସେମାନଙ୍କ ଜମାଖାତା ନଦେଇ ସମସ୍ତ ଟଙ୍କା ହରିଲୁଟ କରି ନିଜ ଘରେ ତାଲା ପକାଇ ୧୦ ଦିନ ହେବ କେଉଁଆଡେ ଫେରାର ହୋଇଯାଇଛନ୍ତି | ନିଜ ପେଟକୁ କାଟି ଜମାକାରୀ ପୋଷ୍ଟ ଅଫିସରେ ଟଙ୍କା ଜମା ରଖିଥିଲେ, ସରକାରୀ ସଂସ୍ଥା ରେ ଟଙ୍କା ଜମା ରଖିଥିବାରୁ ଅଚିନ୍ତା ରେ ଥିଲେ ଖାତା ଧାରି କ୍ଷ ମାତ୍ର୬ ଖଣ୍ଡ ଗାଁ ର ଶତାଧିକ ଜମାକାରୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି | ଜମାକାରୀମାନେ ନିଜର ଟଙ୍କା ହରାଇ ହତାଶ ହୋଇ ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ ପ୍ରଶାସନ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ ଆଣିଛନ୍ତି ଜମାକାରୀ।</h3>