କୋଟପାଡ଼ରେ ଏବେ ବିଜେଡି କରୁଛି ରାଜ୍ । ଆଗାମୀ ନିର୍ବାଚନରେ ବିଜେଡିରୁ ୨ ଜଣ ଦାବିଦାର ଥିବା ବେଳେ କଂଗ୍ରେସ ଖୋଜୁଛି ନୂଆ ମୁହଁ ।
କୋରାପୁଟର କୋଟପାଡ଼ ନିର୍ବାଚନମଣ୍ଡଳୀ ଆସନଟି ଅନୁସୂଚିତ ଜନ ଜାତିଙ୍କ ପାଇଁ ସଂରକ୍ଷିତ । ଦିନେ ଏହି ଆସନଟି କଂଗ୍ରେସର ଗଡ଼ ଥିଲା । ହେଲେ ଏବେ ବିଜେଡି କରୁଛି ରାଜ୍ । ଆଗାମୀ ନିର୍ବାଚନରେ ବିଜେଡିରୁ ୨ ଜଣ ଦାବିଦାର ଥିବା ବେଳେ କଂଗ୍ରେସ ଖୋଜୁଛି ନୂଆ ମୁହଁ । ତେବେ ବିଜେପିର ପ୍ରାର୍ଥୀ ଅପରିବର୍ତ୍ତିତ ରହିପାରେ ବୋଲି ଅନୁମାନ କରାଯାଉଛି । ଏବେଠୁ ଆରମ୍ଭ ହୋଇଗଲାଣି ୨୪ ଚର୍ଚ୍ଚା । ସବୁ ଦଳ ଲୋକଙ୍କ ନିକଟତର ହେବାକୁ କରୁଛନ୍ତି ପ୍ରୟାସ । ତେଣୁ ୨୦୨୪ରେ କୋଟପାଡ଼ରେ ତ୍ରିମୁଖୀ ଲଢ଼େଇ ହୋଇପାରେ ।
କୋରାପୁଟ ଜିଲ୍ଲାର କୋଟପାଡ଼ ନିର୍ବାଚନମଣ୍ଡଳୀରେ ରହିଛି କୋଟପାଡ଼ ବ୍ଲକର ୧୭ଟି ପଞ୍ଚାୟତ, ବୈପାରୀଗୁଡ଼ା ବ୍ଲକର ୭ଟି, କୁନ୍ଦୁରା ବ୍ଲକର ୧୩ଟି, ବୋରିଗୁମ୍ମା ବ୍ଲକର ୧୧ଟି ପଞ୍ଚାୟତକୁ ନେଇ ଗଠିତ । ଏହି ନିର୍ବାଚନ ମଣ୍ଡଳୀଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ । ଅନେକ ବର୍ଷ ଧରି କୋଟପାଡ଼ ନିର୍ବାଚନ ମଣ୍ଡଳୀଟି କଂଗ୍ରେସ ହାତରେ ରହିଥିବା ବେଳେ ୨୦୧୯ରେ ବିଜେଡି ବାଜି ମାରିଥିଲା । ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥି ବାସୁଦେବ ମାଝୀ ଙ୍କୁ ୪୫ ହଜାର ୬୦୩ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଗୋପୀନାଥ ନାୟକଙ୍କୁ ୩୪ ହଜାର ୩୬୯ ଭୋଟ୍ ଏବଂ ବିଜେପି ପ୍ରାର୍ଥୀ ପଦ୍ମନାଭ ମାଝୀଙ୍କୁ ୨୦ ହଜାର ୪୪୨ ଖଣ୍ଡ ଭୋଟ ମିଳିଥିଲା । ସେହିପରି ୨୦୨୪ରେ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ର ଶେଖର ମାଝୀ ଙ୍କୁ ୭୧ ହଜାର ୧୮ଟି ଭୋଟ ମିଳିଥିବା ବେଳେ ବିଜେଡିର ଅଶୋକ ପାଙ୍ଗିଙ୍କୁ ୩୯ ହଜାର ୬୯୭ ଭୋଟ ଓ ବିଜେପି ପ୍ରାର୍ଥୀ ପଦ୍ମନାଭ ମାଝୀଙ୍କୁ ୨୦ ହଜାର ୬୯୯ ଭୋଟ ମିଳିଥିଲା ।