ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୮.୦୨): ମେଥିର ଦାନାରେ ରହିଛି ଅନେକ ଔଷଧୀୟ ଗୁଣ । ପ୍ରତିଦିନ ରୋଷେଇରେ ଆମେ ବ୍ୟବହାର କରିଥାଉ ମେଥି । ଆପଣ ଜାଣନ୍ତି କି ଏହି ମେଥି ସ୍ୱାସ୍ଥ୍ୟ ସହ କେଶ ପାଇଁ କି ମଧ୍ୟ ଖୁବ୍ ଲାଭଦାୟକ । ଏହାର ବ୍ୟବହାର ଦ୍ୱାରା ଆପଣଙ୍କ କେଶ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ । ଏଥିରେ ଆଇରନ, ପ୍ରୋଟିନ୍ ଓ ଅନ୍ୟ ଭିଟାମିନ ପର୍ଯ୍ୟାପ୍ତ ମାତ୍ରାରେ ରହିଛି । ଏହା କେଶକୁ ମଜଭୂତ କରିଥାଏ ।
ଜାଣନ୍ତୁ କିଭଳି କରିବେ ମେଥିର ବ୍ୟବହାର….
-ପ୍ରଥମେ ମେଥି ଦାନାକୁ ରାତିସାରା ବତୁରାଇ ରଖନ୍ତୁ । ସକାଳେ ଏହାକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ୧ ଚାମଚ ନଡିଆ ତେଲ ମିଶାଇ ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ଏହାକୁ କେଶରେ ଲଗାଇ ୨୦ ରୁ ୩୦ ମିନିଟ୍ ରଖି ଧୋଇ ଦିଅନ୍ତୁ ।
-ସେହିପରି ପରଦିନ ମେଥି ଦାନାକୁ ରାତିରେ ବତୁରାଇ ରଖନ୍ତୁ । ପରେ ଭଲ ଭାବେ ପେଷି ଦିଅନ୍ତୁ । ବର୍ତ୍ତମାନ ଏଥିରେ ନଡିଆ ରସ ଓ ଲେମ୍ବୁ ରସ ମିଶାନ୍ତୁ । ଏହାକୁ କେଶ ମୂଳରେ ଲଗାଇ ୩୦ ମିନିଟ୍ ରଖି କେଶକୁ ଧୋଇ ଦିଅନ୍ତୁ ।
– ମେଥିକୁ ରାତି ସାରା ପାଣିରେ ବତୁରାଇ ସକାଳେ ପେଷି ଦିଅନ୍ତୁ । ଏବେ ଏଥିରେ ମହୁ ମିଶାନ୍ତୁ । ଏହାକୁ ଭଲ ଭାବେ ମିଶାଇ କେଶ ମୂଳରେ ଲଗାନ୍ତୁ । ଏହା ଶୁଖିଯିବା ପରେ ଧୋଇ ଦିଅନ୍ତୁ । ଏହାକୁ ସପ୍ତାହକୁ ୨ ଥର ମଧ୍ୟ ବ୍ୟବହାର କରିପାରିବେ ।
-ମେଥି ଦାନାକୁ ରାତିସାରା ପାଣିରେ ବତୁରାଇ ରଖି ସକାଳେ ପେଷି ଦିଅନ୍ତୁ । ଏଥିରେ ଦହି ମିଶାନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାଇ ୩୦ ମିନିଟ ରଖିବା ପରେ ଧୋଇ ଦିଅନ୍ତୁ । ଏହାକୁ ମଧ୍ୟ ସପ୍ତାହକୁ ଥରେ କିମ୍ବା ୨ ଥର ବ୍ୟବହାର କରିପାରିବେ ।