ଲକ୍ଷ୍ମୀପୁର ବ୍ଲକ କେଲାର୍ ଗ୍ରାମରେ ଟାଟା ପାୱାର ବିଦ୍ୟୁତ କମ୍ପାନୀ ପ୍ରାୟ ୧୦/୧୨ ଟି ଗାଡ଼ିରେ ପୋଲିସ୍ ଫୋର୍ସ ଧରି ବଡ଼ କେଲାର୍ ରେ ପହଞ୍ଚି ଘରେ ପୁରୁଷ ମାନେ ନଥିବା ସମୟରେ ଘର ଭିତରେ ଅଚାନକ ପୋଲିସ ଫୋର୍ସ ସହ କିଛି ଘରେ ପଶିଯିବାରୁ ମହିଳା ମାନେ ଭୟଭୀତ ହୋଇ ଦୈାଡ଼ ନିକଟସ୍ଥ ଜଙ୍ଗଲକୁ ପଲାଇ ସେଠାରେ ନିଜ ନିଜ କାର୍ଯ୍ୟ କରୁଥିବା ସ୍ଵାମୀ ପୁରୁଷ ମାନଙ୍କୁ ଡ଼ାକି ଆଣିଥିଲେ। ଏହାପରେ କେଲାର୍ ଗ୍ରାମର ଉଭୟ ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ଟାଟା ପାୱାର କର୍ମଚାରୀ ମାନଙ୍କୁ ତାଗିଦ୍ କରିଥିଲେ। ଯେହେତୁ ଆପଣ ମାନେ ଯେଉଁ ବ୍ୟକ୍ତି ବିଦ୍ୟୁତ ଅପବ୍ୟବହାର କରୁଛି ସେହି ବ୍ୟକ୍ତି ଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନେଲେ ଆମେ ବିରୋଧ କରୁନୁ କିନ୍ତୁ ଏଭଳି ୧୦/୧୨ ଟି ଗାଡ଼ିରେ ଗାଁ ଭିତରେ ପୋଲିସ ଫୋର୍ସ ମୁତୟନ କରି ଭୟଭୀତ କରାଇବା ଏହା କେତେଦୂର ଯଥାର୍ଥ ବୋଲି କହିବା ସହ ଟାଟା ପାୱାର ର ଅଧିକାରୀ ଓ ପୋଲିସ ଫୋର୍ସ କୁ ଗାଁ ରୁ ଗୌଡ଼ାଇଦେଲେ । ଲକ୍ଷ୍ମୀପୁର ଅତିରିକ୍ତ ତହସିଲଦାର ମାଧବ ଭତ୍ରା ମାଜିଷ୍ଟ୍ରେଟ ଦାୟିତ୍ବରେ ଥାଇ ଲୋକଙ୍କୁ ବୁଝାଇ ଥିଲେ ସୁଦ୍ଧା ବୁଝିଲେ ନାହିଁ ତଡ଼ି ଦେଲେ।