ଆଉ ଗୋଟେ ଦିନ ପରେ ପଡୁଛି ଦୀପାବଳି. କିନ୍ତୁ ଏହି ଦୀପାବଳୀକୁ ନେଇ ଲୋକଙ୍କ ମନରେ ଅନେକ ଦ୍ଵନ୍ଦ ରହିଛି. ଅର୍ଥାତ କେବେ ଦୀପାବଳି ପାଳନ କରିବେ ସେନେଇ ଲୋକେ ଚିନ୍ତାରେ ଅଛନ୍ତି . ଅକ୍ଟୋବର ୩୧ ନା ନଭେମ୍ବର ୧ରେ ଦୀପାବଳି ପାଳିବେ ସେନେଇ ଲୋକେ ଜାଣି ପାରୁନାହାନ୍ତି. ତେବେ ଶ୍ରୀମନ୍ଦିରରେ ନଭେମ୍ବର ୧ରେ ଦୀପାବଳି । ଏହି ଦିନ ପୟାଶ୍ରାଦ୍ଧ ବି ପଡୁଛି । ଏଭଳି ସ୍ଥିତିରେ ଅନ୍ୟ ପାଞ୍ଜିରେ ଅକ୍ଟୋବର ୩୧ରେ ଦୀପାବଳି ପଡୁଛି ବୋଲି ଉଲ୍ଲେଖ ହେବା ଲୋକଙ୍କୁ ବିଭ୍ରାନ୍ତିରେ ପକାଉଛି । ଏଣୁ ଶ୍ରୀମନ୍ଦିରରେ ଯେଉଁ ତାରିଖରେ ଦୀପାବଳି ଓ ପୟାଶ୍ରାଦ୍ଧ ପାଳନ ହେଉଛି, ତାହା ସର୍ବମାନ୍ୟ ଓ ଏହାକୁ ସମସ୍ତେ ମାନି ଦୀପାବଳି ପାଳନ କରିବା ଜରୁରୀ । ୩୧ ତାରିଖ ଅପରାହ୍ନରେ ପ୍ରଦୋଷ ସମୟ ରହୁଥିବା ବେଳେ ପ୍ରତ୍ୟୁଷ ସମୟରେ ଅମାବାସ୍ୟା ରହୁ ନଥିବାରୁ ସେହିଦିନ କେବଳ ଶ୍ୟାମାକାଳୀ ପୂଜା କରାଯିବ । ତେବେ ନଭେମ୍ବର ୧ ତାରିଖରେ ଉଭୟ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଅମାବାସ୍ୟା ରହୁଥିବା ଯୋଗୁ ସେହିଦିନ ପୟା ଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯିବ ବୋଲି ପାଞ୍ଜି ସମୀକ୍ଷକ କହିଛନ୍ତି । ଓଡ଼ିଶାର ବିଭିନ୍ନ ପାଞ୍ଜିକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି । ଯାହା ବିଭିନ୍ନ ପର୍ବପର୍ବାଣୀ ଓ ଅନ୍ୟ ବିଶେଷ ଦିନର ତିଥି, ନକ୍ଷତ୍ରକୁ ନେଇ ଲୋକଙ୍କ ମନରେ ଦ୍ବନ୍ଦ୍ବ ଉପୁଜିଥିଲା । ଏହେ ଦୀପାବଳିକୁ ନେଇ ଦ୍ବନ୍ଦ୍ବ ଉପୁଜୁଛି ।