ଭୁବନେଶ୍ୱରରେ ଓଡିଶା ମନ୍ଦିର ସେବାୟତ ସଂଘର ପ୍ରତିବାଦ ଜାରି ରହିଥିବା ବେଳେ ଆଜି ଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ । ପ୍ରହଲାଦ ଜୋସୀଙ୍କୁ ଭେଟି ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ – ଲ ବାଧା ହଟାଇବାକୁ ଦିଲ୍ଲୀରେ ଦାବି । ଶ୍ରୀମନ୍ଦିରରୁ ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସାଂସଦମାନେ ଦାବି କରିଛନ୍ତି ।