ଲକଡାଉନ ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅସ୍ଥାୟୀ ଛଟେଇ ସେବୀକାଙ୍କ ମେଳି । ଏମାନଙ୍କୁ ୨୦୨୦ ମସିହାରେ ବିଭିନ୍ନ ପଞ୍ଚାୟତ ଓ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅସ୍ଥାୟୀ ସେବିକା ଭାବେ ୫ ମାସ କୋଭିଡ କାମରେ ନିୟୋଜିତ କରି ଏପର୍ଯ୍ୟନ୍ତ ୨ ମାସର ମଜୁରୀ ଦେଇନି ଜିଲ୍ଲା ପ୍ରଶାସନ । ଜିଲ୍ଲାର ଶତାଧିକ ଏହି ଛଟେଇ ସେବିକା ମାନେ ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ଓ ଜିଲ୍ଲାପାଳଙ୍କୁ ଘେରିବା ଆଦି କରିଥିଲେ । ପ୍ରଶାସନ ପ୍ରତିଶ୍ରୁତି ଦେଇ ଏମାନଙ୍କୁ ପ୍ରତାରଣା କରିଥିବା ଏମାନେ ଅଭିଯୋଗ କରିଛନ୍ତି । ପୂର୍ବ ପାଉଣା ନପାଇଥିଲେ ମଧ୍ୟ ଏମାନେ ପୁଣି କରୋନା ରୋଗୀ ମାନଙ୍କ ସେବାକରିବାକୁ ଜିଲ୍ଲାପ୍ରଶାସନଙ୍କୁ ନିବେଦନ କରିଛନ୍ତି । ଏମାନେ କହିବା କଥାକି ଅନ୍ୟ ଜିଲ୍ଲାମାନଙ୍କରେ ଏମିତି ଛଟେଇ ସେବିକାଙ୍କୁ ପ୍ରଶାସନ ପୁନଃ ନିଯୁକ୍ତି ଦେଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାପ୍ରଶାସନ ଏମାନଙ୍କୁ ନିଯୁକ୍ତି ଦିଅନ୍ତୁ ବୋଲି ଏମାନେ ଦାବି କରିଛନ୍ତି ।