ଆଜି କେନ୍ଦ୍ରାପଡା ଜିଲ୍ଲାପାଳ ଜିଲ୍ଲାର କୋଭିଡ ରୋଗୀମାନଙ୍କ ସମ୍ପରେ ଗଣମାଧ୍ୟମକୁ ସୂଚନାଦେଇଛନ୍ତି । ଜିଲ୍ଲାରେ ଆଜି କୋଭିଡ ଆକ୍ଟିଭ କେସେସ ସଂଖ୍ୟା ୧୧୦୪କୁ ବୃଦ୍ଧିପାଇଛି । ଜିଲ୍ଲାର କେନ୍ଦ୍ରାପଡା, ଡେରାବିଶ ଓ ରାଜନଗର ବ୍ଲକରେ ଜିଲ୍ଲାର ସମୁଦାୟ ସଂଖ୍ୟାର ଅଧାରୁ ଅଧିକ ରହିଛନ୍ତି । ଆକ୍ଟିଭ କେସେସଙ୍କ ସଂଖ୍ୟା ମଧ୍ୟରେ ଆଳିରେ ୬୪, ଡେରାବିଶ ବ୍ଲକରେ ୧୬୯, କେନ୍ଦ୍ରାପଡାରୁ ୨୦୮ , ଗରଦପୁର ୯୮, ମହାକାଳପଡା ୭୫, ମାର୍ଶାଘାଇ ୧୨୭, ପଟ୍ଟାମୁଣ୍ଡାଇରୁ ୧୦୦, ରାଜକନିକା ୬୯, ରାଜନଗର ୧୩୭ , କେନ୍ଦ୍ରାପଡା ପୌରାଞ୍ଚଳରେ ୪୩ ରହିଛନ୍ତି । କେନ୍ଦ୍ରାପଡା, ରାଜନଗର ଓ ଡେରାବିଶ ବ୍ଲକରୁ ୫୦୦ ରୁ ଅଧିକ ଆକ୍ଟିଭ ରୋଗୀ ଅଛନ୍ତି । ଜିଲ୍ଲାରେ ଦୁଇଟି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଛି । ୮୭ ପ୍ରତିଶତ ରୋଗୀ ଗୃହ ସଙ୍ଗରୋଧରେ ଥିବାରୁ ଜିଲ୍ଲାର ଲୋକମାନେ ଭୟଭୀତ ହେବା ଉଚିତନୁହେଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।