ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୫.୦୩): କେନ୍ଦ୍ରାପଡାରେ ଭୁଶୁଡିଲା ନିର୍ମାଣାଧୀନ ପୋଲ । ମହିପାଳ ନିକଟ ଗୋବରୀ ନଦୀ ଉପରେ ନିର୍ମାଣଧିନ ପୋଲ ଭୁଶୁଡି ପଡିଥିବା ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଏହାକୁ ନେଇ ସ୍ଥାନୀୟ ଲୋକେ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି । ପୂର୍ତବିଭାଗ ଦ୍ୱାରା କାମ ହେଉଥିବାବେଳେ ଏହା ନିର୍ମାଣଧିନ ଅବସ୍ଥାରେ ପୋଲଟି ଭାଙ୍ଗିଯାଇଛି । ପୋଲଟି ଛିଡା ହେବାର ମାତ୍ର ୧୨ ଘଣ୍ଟା ଭିତରେ ଭାଙ୍ଗି ପଡିଛି । ଏହି ପୋଲଟିର ଲମ୍ବା ୩୦୦ ମିଟର । କେନ୍ଦ୍ରାପଡାକୁ ସୌନ୍ଦର୍ଯ୍ୟକରଣ କରିବା ଉଦ୍ଦେଶ୍ୟରେ ଏବଂ ଟ୍ରାଫିକ୍ ସମସ୍ୟାକୁ ଦୂର କରିବା ଲକ୍ଷ୍ୟରେ ସରକାରଙ୍କ ଦ୍ୱାରା ଏହି ପୋଲର ନିର୍ମାଣ ହେଉଥିଲା । ମାତ୍ର ପୂର୍ତବିଭାଗ ନିମ୍ନମାନର କାମ କରୁଥିବା ଅଭିଯୋଗ ହୋଇଛି । ପୋଲଟି ଭୁସୁଡି ପଡିବା ପରେ କିଭଳି ତରବରିଆ ଭାବେ କାମ ହୋଇଛି ତାହା ଦେଖିବାକୁ ମିଳିଛି । ସେପଟେ ପୋଲଟି ଭୁଶୁଡି ପଡିଥିବାବେଳେ ତଦାରଖ ପାଇଁ ପୂର୍ତବିଭାଗ ମୁଖ୍ୟ ଯନ୍ତ୍ରୀ ପହଁଚି ନଥିବା ଅଭିଯୋଗ ହୋଇଛି । ଯାହା ପୂର୍ତବିଭାଗର ଖାମଖିଆଲ ମନୋବୃତିକୁ ଦର୍ଶାଉଛି ।