ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ମାଷ୍ଟରକ୍ୟାଟିଂନସ୍ଥିତ ବୁଲନଭାଇ ସେବାସଦନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଅନେକ ଯୋଜନା କରିଛନ୍ତି । ଏସବୁ କୃଷକ କଲ୍ୟାଣକାରୀ ଯୋଜନାରେ ଚାଷୀର ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହ କୃଷି ଉତ୍ପାଦନ ଦ୍ରବ୍ୟରେ ଓଡ଼ିଶା ଆତ୍ମନିର୍ଭରଶୀଳ ହୋଇପାରିବ । ଚାଷୀ ଦରଦୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସରକାର ଧାନର କୁଇଂଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି କରିବା ସହ ରାଜ୍ୟର ସମସ୍ତ ୫୮ଟି ସବ୍ଡିଭିଜନ୍ରେ ଶୀତଳଭଣ୍ଡାର କରିବା, ପ୍ରତି ବ୍ଲକରେ ପରିବା ମଣ୍ଡି ଖୋଲିବା ନିଷ୍ପତି, ପିଏମ୍ କିଷାନରେ ୬ ଲକ୍ଷ ଚାଷୀଙ୍କୁ ସାମିଲ କରି ସହରାଚଂଳ ଚାଷୀମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ଓ ସମସ୍ତ ଚାଷ ଜମିକୁ ଉଠା ଜଳସେଚନ କରିବା ନିଷ୍ପତି ନେଇଛନ୍ତି । ଶ୍ରୀ ସାହୁ ଏହାକୁ ସ୍ୱାଗତ ଜଣାଇବା ସହ ମୋହନ ମାଝି ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଶ୍ରୀ ସାହୁ କହିଛନ୍ତି ଯେ, ଚଳିତ ଥର କୃଷି ବଜେଟ୍ ପରିମାଣ ଗତ ସରକାରଙ୍କ ବଜେଟ୍ ଠାରୁ ୩୬% ଅଧିକ ବୃଦ୍ଧି କରାଯାଇଛି । ସ୍ୱାଧୀନତା ପରଠାରୁ କୌଣସି ସରକାର କୃଷକମାନଙ୍କ ହିତ ପାଇଁ ଏତେ ବଡ ବଜେଟ୍ କରି ନ ଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାନର କୁଇଂଟାଲ ପ୍ରତି ୧୦୦ ଟଙ୍କା ବୋନସ୍ ଦେବାକୁ ଘୋଷଣା କରିଥିଲେ କିନ୍ତୁ ତାଙ୍କ ସରକାର ଏହାକୁ କାର୍ଯ୍ୟକାରୀ କଲେନାହିଁ । ଅପରପକ୍ଷେ ବିଜେପି ସରକାର ଆସିବା ପରେ ଏହାର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରି ଐତିହାସିକ ପଦକ୍ଷେପ ନେଇଛି । ବିଜେଡି ସରକାର ଓଡ଼ିଶାର ୩୫% ଚାଷ ଜମିକୁ ଜଳସେଚିତ କରିବା ପାଇଁ ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲେ, କିନ୍ତୁ ୨୪ ବର୍ଷ ବିିତିଗଲା ପରେବି ୧ ପ୍ରତିଶତ ଜମିକୁ ମଧ୍ୟ ଜଳସେଚିତ କରିପାରିଲେ ନାହିଁ । ନବୀନ ସରକାର ସମୟରେ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଜଳଭଣ୍ଡାରରୁ ଶିଳ୍ପଗୁଡ଼ିକୁ ପାଣି ଯୋଗାଇଦେଲେ, ଏହାଦ୍ୱାରା ଚାଷୀମାନେ ଜଳାଭାବରୁ ଫସଲ ନଷ୍ଟର ଶିକାର ହୋଇଥିଲେ । ମାତ୍ର ଶ୍ରୀ ମାଝିଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିବା ପରେ ରାଜ୍ୟର ସମସ୍ତ ଜମିକୁ ଜଳସେଚିତ କରିବା ପାଇଁ ବଜେଟ୍ରେ ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀ ମାଝିଙ୍କ ଏହି କୃଷକ କଲ୍ୟାଣକାରୀ ଯୋଜନାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ଆଗାମୀ ଦିନରେ ରାଜ୍ୟର ସମସ୍ତ ଗ୍ରାମଗୁଡ଼ିକରେ କୃଷକ ସମାବେଶ କରି ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବ । ଏଥିସହ “ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ମାଝି” କାର୍ଯ୍ୟକ୍ରମ କରାଯିବ ।
କୃଷକ ମୋର୍ଚ୍ଚା ତରଫରୁ ସାରା ରାଜ୍ୟରେ ‘ହର ଘର ତି୍ରରଙ୍ଗା’, ‘ମା’ପାଇଁ ଗଛଟିଏ’ ଓ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ବ୍ୟାପକ ଭାବେ କରାଯିବା ପାଇଁ ବୈଠକରେ ନିଷ୍ପତି ହୋଇଛି ।