ଜିଲ୍ଲାସ୍ତରୀୟ ୭୮ତମ ସ୍ଵାଧୀନତା ଦିବସରେ କେନ୍ଦୁଝର ଷ୍ଟାଡ଼ିୟମ୍ ପଡ଼ିଆରେ ଜିଲ୍ଲାପାଳ ବିଶାଲ ସିଂହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଜିଲ୍ଲାପାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ସେ ୫୦ଟି ପାରେଡ୍ ଟ୍ରୁପ୍ ଅଭିବାଦନ ଗ୍ରହଣ କରିଥିଲେ । ଏହାପରେ ସେ ଦେଶ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ପରେ ବିଭିନ୍ନ ବିଦ୍ୟାଳୟ ତରଫରୁ ବିଭିନ୍ନ ଚିତ୍ତାକର୍ଷକ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା । ପରିଶେଷରେ ବିଭିନ୍ନ ଜିଲ୍ଲାସ୍ତରୀୟ କୃତି ପ୍ରତିଯୋଗୀମାନଙ୍କୁ ଜିଲ୍ଲାପାଳ ବିଶାଳ ସିଂହ ସମ୍ମାନିତ କରିଥିଲେ ।