କେନ୍ଦୁଝର ବନ୍ଦ ଡାକରା ଦେଇଛନ୍ତି ଟ୍ରକ ମାଲିକ ସଂଘ । ଜିଲ୍ଲାର ଶୁଆକାଠି ସ୍ଥିତ ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ିହି ପର୍ୟ୍ୟନ୍ତ ଟ୍ରେନ ଲାଇନ ସଂଯୋଗ କରାଯିବା ବିରୋଧରେ ବନ୍ଦଡାକରା ଦେଇଛନ୍ତି ଟ୍ରକ ମାଲିକ ସଂଘ । ମାଲିକଙ୍କ କହିବା ଅନୁସାରେ କେନ୍ଦୁଝର ଜିଲ୍ଲାର ଭାତ ହାଣ୍ଡି କୁହା ଯାଉଥିବା ଟ୍ରକ ବ୍ୟବସାୟିଙ୍କର ମେରୁଦଣ୍ଡକୁ ଏହା ଆକ୍ରମଣ । ଯାହାକୁ ବିରୋଧ କରି ଆଜି ଜିଲା ଟ୍ରକ ମାଲିକ ସଂଘ କେନ୍ଦୁଝର ବନ୍ଦ କରିଛି, ଟ୍ରକ, ବସ , ଟ୍ରେନ ସହ ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡିକୁ ମଧ୍ୟ ବନ୍ଦ ରହିଛି । ଅତ୍ୟାବଶ୍ୟକ ଯାନ ଗୁଡିକୁ ଛଡା ଯାଉଛି, କେନ୍ଦୁଝର ରେଳ ଷ୍ଟେସନ ସମେତ, ଜିଲାପାଳ ଅଫିସ, ଗାନ୍ଧୀ ଛକ,ଓଏମ୍ସି ଶୁଆକାଠି, ସହିତ ଜିଲାର ବିଭିନ୍ନ ସ୍ଥାନରେ ବନ୍ଦ କରାଯାଇଛି । ଟ୍ରକ ବ୍ୟବସାୟ ଉପରେ କେନ୍ଦୁଝରର ଅର୍ଥନୀତି ନିର୍ଭର କରୁଥିବା ବେଳେ ଟ୍ରେନ ରେ ଓଏମ୍ସି ଶୁଆକାଠି ଲୁହାପଥର ପରିବହନ ହେଲେ ଜିଲ୍ଲାର ୩୦ ହଜାର ଟ୍ରକ ମାଲିକ ଙ୍କ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୩ ଲକ୍ଷ ଲୋକ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ ବୋଲି କହିଛନ୍ତି ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ।