ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତ ସ୍ଥିତ ଚାଆଁରାକୋଲ୍ହା କେନାଲ ଭିତରେ ଗତକାଲି ରାତିଠୁ ପଡିଛି ଯୁବକଙ୍କ ମୃତ ଦେହ । ଆଉ ପାଖରେ ପଡିଛି କରୋଣା ଖଟ ସହିତ ମୋବାଇଲ ଫୋନ । ଯାହାକୁ ଦେଖୁଛନ୍ତି ଶହ ଶହ ଗ୍ରାମବାସୀ । ମୃତ ଯୁବକ ହେଉଛି ରଙ୍ଗଣୀ ଗ୍ରାମର ମନ୍ଦ୍ରା ଦଳାଇଙ୍କ ପୁଅ କୁନା ଦଳାଇ ବୟସ -୩୫ । କୁନା ଦଳାଇ ପେସାରେ ଜଣେ ରଙ୍ଗ ମିସ୍ତ୍ରୀ ଥିଲେ । ତେବେ କେମିତି ତାଙ୍କର ମୃତ୍ୟୁ ହେଲା ତାହା ଏବେ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ସେହି ଗାଁର ସରପଞ୍ଜ ଏବଂ ପୋଲିସ ପହଞ୍ଚି ନଥିବା ବେଳେ ତଦନ୍ତ ପରେ ହିଁ ସତ୍ୟାସତ୍ୟ ପଦାକୁ ଆସିବ ।