ଆମ ଦେଶ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏଠାରେ ହିନ୍ଦୁ, ମୁସଲିମ, ଶିଖ, ଖ୍ରୀଷ୍ଟିଆନ, ଜୈନ, ପାର୍ସୀ ଓ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ଏକାଠି ବସବାସ କରନ୍ତି । କିନ୍ତୁ ଏମାନଙ୍କ ମଧ୍ୟରେ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ସଂଖ୍ୟା ଅଧିକ । ଭାରତରେ ହିନ୍ଦୁ ଧର୍ମର ପ୍ରାୟ ୯୭ କୋଟି ଲୋକ ବାସ କରନ୍ତି । ଯାହାକି ଦେଶର ମୋଟ ଜନସଂଖ୍ୟାର ୭୯% ଅଟେ । ତେଣୁ ଭାରତରେ ଅନେକ ମନ୍ଦିର ରହିଛି । ସେଥିରୁ କେତେକ ମନ୍ଦିର ଶତାବ୍ଦୀ ପୁରୁଣା ଜ୍ଝ ଯାହାର ଏକ ନିଜସ୍ୱ ଇତିହାସ ରହିଛି । ତେବେ ଏହାରି ଭିତରେ କେତେକ ନୂତନ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି । ତେବେ ଆପଣ ଜାଣନ୍ତି କି କେଉଁ ରାଜ୍ୟରେ ସର୍ବାଧିକ ସଂଖ୍ୟକ ମନ୍ଦିର ଅଛି? ଆସନ୍ତୁ ଜାଣିବା……..
ତେବେ ସବୁଠାରୁ ଅଧିକ ମନ୍ଦିର ଥିବା ରାଜ୍ୟ ମଧ୍ୟ ସେହି ଦକ୍ଷିଣରେ ରହିଛି । ଦକ୍ଷିଣ ଭାରତର ତାମିଲନାଡୁରେ ସର୍ବାଧିକ ମନ୍ଦିର ରହିଛି । ଏକ ଆକଳନ ଅନୁଯାୟୀ ତାମିଲନାଡୁରେ ପ୍ରାୟ ୪୦,୦୦୦ ମନ୍ଦିର ଅଛି । ଯେଉଁଥିରୁ ଅନେକ ମନ୍ଦିର ଶହ ଶହ ବର୍ଷ ପୁରୁଣା ମନ୍ଦିର । ଏହି କାରଣରୁ ତାମିଲନାଡୁକୁ ମନ୍ଦିରମାଳିନୀ ରାଜ୍ୟ ମଧ୍ୟ କୁହାଯାଏ ।
ତାମିଲନାଡୁରେ ଅନେକ ପ୍ରସିଦ୍ଧ ମନ୍ଦିର ଅଛି । ଯେଉଁଠାକୁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇଁ ଯାଇଥାଆନ୍ତି । ମଦୁରାଇରେ ଅବସ୍ଥିତ ମୀନାକ୍ଷୀ ମଦୁରାଇ ମନ୍ଦିର ବହୁତ ପ୍ରସିଦ୍ଧ । ଏହି ମନ୍ଦିରର ଇତିହାସ ୩୫୦୦ ବର୍ଷ ପୁରୁଣା ବୋଲି କୁହାଯାଏ । ଏହି ମନ୍ଦିର ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ମନ୍ଦିର ଅଟେ । ରମେଶ୍ୱରମରେ ଅବସ୍ଥିତ ରାମନାଥ ସ୍ଵାମୀ ମନ୍ଦିର ମଧ୍ୟ ଭକ୍ତମାନଙ୍କ ପାଇଁ ବିଶେଷ ମହତ୍ତ୍ଵ ରଖିଥାଏ । ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଏଠାରେ ଅବସ୍ଥିତ ଜ୍ଝ ଏହା ସହିତ ଚିଦାମ୍ବରମରେ ଅବସ୍ଥିତ ନଟରାଜ ମନ୍ଦିର ଏବଂ ଚେନ୍ନାଇରେ ଅବସ୍ଥିତ କପାଳିଶ୍ୱର ମନ୍ଦିର ମଧ୍ୟ ଶ୍ରଦ୍ଧାଳୁମାନଙ୍କ ପାଇଁ ଭକ୍ତିର ମୁଖ୍ୟ କେନ୍ଦ୍ର ଅଟେ ଜ୍ଝ