ଭକ୍ତଙ୍କ ଭାବନା ସହ ଖେଳ ?ବିନା ଶୁଭ ଯୋଗରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ପ୍ରୟାଗରାଜରେ ପକାଇଲେ ବୁଡ ।ଭକ୍ତଙ୍କ ଧର୍ମ ବିଶ୍ୱାସ ସହ ଯୋଗୀ ସରକାର ବିଶ୍ୱାସଘାତ କରି ନାହାଁନ୍ତି ତ ?ଏଇ କିଛି ଦିନ ତଳେ ବହୁଚର୍ଚ୍ଚିତ ମହାକୁମ୍ଭମେଳା ଶେଷ ହୋଇଛି ।ଏହି ମେଳାର ପ୍ରଚାରପ୍ରସାର ପାଇଁ ଉଭୟ କେନ୍ଦ୍ର ଓ ଉତର ପ୍ରଦେଶ ସରକାର ଯୋର ସୋରରେ ଲାଗି ପଡିଥିଲେ ।ଏଥିପାଇଁ ଅନେକ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇଥାଏପାରେ ।ଏଥର ମହାକୁମ୍ଭ ମେଳାକୁ ଡିଜିଟାଲ୍ ମେଳା ବି କୁହାଯାଉଥିଲା ।ପ୍ରାୟ ୪୫ଦିନ ଧରି ଚାଲିଥିବା ଏହି ମେଳାରେ ୬୫କୋଟି ଭକ୍ତ ଓ ଶ୍ରଦ୍ଧାଳୁ ମେଳାରେ ବୁଡ ପକାଇଥିବା ସୂଚନା ମଧ୍ୟ ମିଳିଛି ।କିନ୍ତୁ ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଅନେକଙ୍କୁ ଆଘାତ ଦେଇଥିବ ନିଶ୍ଚୟ ।ଶଙ୍କରାଚାର୍ଯ୍ୟ କୁମ୍ଭ ମେଳାର ସମୟକୁ ନେଇ ଉଠାଇଛନ୍ତି ପ୍ରଶ୍ନ ।ତାଙ୍କ କହିବା ଅନୁସାରେ ମହାକୁମ୍ଭ ମେଳା ପ୍ରକୃତରେ ମାଘପୂଣ୍ଣିମା ଦିନ ଶେଷ ହୋଇ ଯାଇଛି ।କିନ୍ତୁ ଏହା ପରେ ଯେଉଁ ମେଳା ଚାଲିଥିଲା ତାହା ସରକାରୀ ପ୍ରାୟୋଜିତ ମେଳା ଥିଲା ।ଏହା ଶାସ୍ତ୍ରାନୁମୋଦିତ ନୁହେଁ ।
ସଙ୍କରାଚାର୍ଯ୍ୟଙ୍କ ଏପରି ବୟାନ ପରେ ଏବେ ଯୋଗୀ ସରକାରଙ୍କ ମେଳା ଆୟୋଜନ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ମାଘପୂର୍ଣ୍ଣିମାରେ ଯଦି ମହାକୁମ୍ଭ ସ୍ନାନର ଶୁଭ ଯୋଗ ଶେଷ ହୋଇଥିଲା ତେବେ ଏହାକୁ ଅଧିକଦିନ ବଢାଇବାର କଣ ଆବଶ୍ୟକତା ଥିଲା ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।ମାଘପୂର୍ଣ୍ଣିମା ପରେ ଯେଉଁ ଭକ୍ତ ମାନେ ଅନେକ କଷ୍ଟ ସହି ବୁଡପକାଇଲେ ସେମାନଙ୍କ ବିଶ୍ୱାସ ସହ ଖେଳି ନାହାଁନ୍ତି ତ ଯୋଗୀ ସରକାର ?ଏବଂ ଏପରି ମେଳା ଆୟୋଜନ କରିବା ପୂର୍ବରୁ କାହିଁକି ପଣ୍ଡିତ ସାଧୁସନ୍ଥ ମାନଙ୍କର ପରାମର୍ଶ ନେଲେ ନାହିଁ ଉତର ପ୍ରଦେଶ ସରକାର ? ଏ ପ୍ରଶ୍ନ ବି ସାଧାରଣରେ ସୃଷ୍ଟି ହେଉଛି ।ଲୋକଙ୍କ ବିଶ୍ୱାସ ସହ ଏପରି ଖେଳିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଅନେକ ସାଧୁସନ୍ଥ ମତ ଦେଇଛନ୍ତି ।