କୁବେଟା ସବ୍ସିଡି କୁ ନେଇ ଗତିକାଲି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ସଂପୃକ୍ତି ଉପରେ ବିରୋଧୀଙ୍କ ଆଙ୍ଗୁଳି ନିର୍ଦ୍ଦେଶକୁ ପିପିିଲି ରେ ରାଜନୀତି ଜୋର ଧରିଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ହିନ ରାଜନୀତି ଦର୍ଶାଇଛି ବିଜେଡି। ଆଜି ପିପିିଲି କୃଷି ପରାମର୍ଶ କେନ୍ଦ୍ର କାର୍ଯ୍ୟାଳୟରେ ଆୟୋଜିତ ଏକ ସଭାରେ ଶାସକ ବିଜେଡ଼ି ଏହା ଉପରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ନେତା ଙ୍କୁ କଟାକ୍ଷ କରିଛନ୍ତି। ବିରୋଧିଦଳ ନେତା କୁବେଟା ସବ୍ସିଡିରେ ଚାଷୀ ର ଛଅ ଲକ୍ଷ ଟଙ୍କା ବାଟମାରଣା ହୋଇ ଥିଲା ବୋଲି ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ପିପିଲି ପୂର୍ବତନ ଆତ୍ମା ଅଧକ୍ଷ ତଥା ପୁରୀ ଜିଲ୍ଲା ବିଜେଡ଼ି ସଂପାଦକ ଧରଣୀଧର ସାହୁ। ସେ କହିଛନ୍ତି ଏହି ସବସିଡି ରେ ପିପିଲି ବିଧାୟକ ଓ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀ ଙ୍କ ର କୌଣସି ସମ୍ପର୍କ ନାହିଁ , ବିରୋଧି ଭୋକ ବିକଳରେ ତାଟିଆ କାମୁଡ଼ି ଗଣମାଧ୍ୟମରେ ଭୁଲ ମନ୍ତବ୍ୟ ଦେଉଛନ୍ତି। ପିପିଲି ବିଧାୟକ ସର୍ବଦା ଚାଷୀ ମାନଙ୍କ ହିତ ପାଇଁ ଲଢେଇ କରନ୍ତି ଏଭଳି କୁସ୍ଚିତ ରାଜନୀତି ନୁହେଁ ବୋଲି ଶ୍ରୀ ସାହୁ ପ୍ରତିକ୍ରିୟା ରଖିଛନ୍ତି । ପିପିଲି ରେ ୨୦୨୧ /୨୨ ଓ ୨୨/୨୩ ଆର୍ଥିକ ବର୍ଷ ରେ ପିପିଲି ବ୍ଲକ ରେ ୮ ଜଣ ଙ୍କୁ ଡ଼ି ବି ଟି (ଡ଼ାଇରେକ୍ଟ ବେନିଫିଟ ଟ୍ରାନସ୍ପର) ମାଧ୍ୟମରେ ଚାଷୀ ଙ୍କୁ ସବ୍ସିଡି ପ୍ରଦାନ କରାଯାଇଛି । ସବ୍ସିଡି ୬ଲକ୍ଷ ଟଙ୍କା ନୁହେଁ ବରଂ ୩ଲକ୍ଷ ଟଙ୍କା ବୋଲି ପିପିଲି ଆତ୍ମା ଅଧକ୍ଷ ପ୍ରକାଶ ଧଳ ସ୍ପଷ୍ଟ କରି ବିରୋଧୀ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଅଯଥାରେ ଭିତ୍ତିହୀନ ଅଭିଯୋଗ କରୁଛନ୍ତି ଏବଂ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ଅଧ୍ୟକ୍ଷ ଶ୍ରୀ ଧଳ କହିଛନ୍ତି ।