ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ଡାକ୍ତର ଅମ୍ଳାନ କୁମାର ଭୋଇ ଗତକାଲି ଠାରୁ ନିଖୋଜ ରହିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ କାଲିମେଳା ଥାନାରେ ସୂଚନା ଦେଇଛନ୍ତି । ଏହି ସୂଚନା ଆଧାରରେ କାଲିମେଳା ଥାନା ପୋଲିସ ନିଖୋଜ ଡାକ୍ତର ରହୁଥିବା କ୍ୱାଟରକୁ ଯାଇ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଏକ ପୁରୁଣା ମୋବାଇଲ ରହିଥିବା ବେଳେ ସିପିଆଇ ମାଓବାଦୀଙ୍କ ନାମରେ ଏକ ପୋଷ୍ଟର ଡାକ୍ତରଙ୍କ କ୍ୱାଟର ମଧ୍ୟରୁ ଜବତ କରିଛି । ମାଲକାନଗିରି ଏସପିଙ୍କ ସୂଚନା ଅନୁଯାୟୀ ପୋଷ୍ଟର ରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଏବଂ ରୋଗୀସେବା ବ୍ୟାହତ ହୋଇଥିବା ଉଲେଖ ରହିଥିବା ସୂଚନା ଦେଇଛନ୍ତି । ତେବେ ପୋଲସ ପାରିପାଶ୍ୱ ପରସ୍ଥିତିକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଥିବା ବେଳେ ନିଖୋଜ ଡାକ୍ତର ଅପହରଣ ନା ଅନ୍ୟ କିଛି ଏହା ଜିଲ୍ଲା ବାସୀଙ୍କ ମନରେ ଅନେକ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଯଦି ବାସ୍ତବରେ ମାଓବାଦୀଙ୍କର ଏହି ଘଟଣା ସହ କିଛି ସମ୍ପୃକ୍ତି ରହିଥାଏ ତେବେ ଏହା ସାଙ୍ଘାତିକ ।