କରୋନା ବର୍ତ୍ତମାନ ବିଭିନ୍ନ ଜିଲ୍ଲାର ଉପକାରାଗାରରେ ରହିଥିବା କଏଦୀଙ୍କୁ ସଂକ୍ରମିତ କରିବାରେ ଲାଗିଛି । ରାୟଗଡ଼ା ଜିଲ୍ଲା ଗୁଣପୁର ଉପକାରାଗାରରେ ୭୫ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେମାନଙ୍କ ମଧ୍ୟରେ ୭୧ ଜଣ କଏଦୀ ଓ ୪ ଜଣ କର୍ମଚାରୀ ଅଛନ୍ତି । ସମସ୍ତେ ଜେଲ ଭିତରେ ଆଇସୋଲେସନରେ ରହିଥିବା ନେଇ ଗୁଣପୁର ଉପଖଣ୍ଡ ଡାକ୍ତର ରମେଶ ସାହୁ ସୂଚନା ଦେଇଛନ୍ତି ।।
ଗୁଣୁପୁର ସବ୍-ଜେଲରେ ୧୧୩ ଜଣ କଏଦୀ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୪ କର୍ମଚାରୀଙ୍କ ଭିତରୁ ୪ ପଜିଟିଭ୍ ବାହାରିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ପଦ୍ମପୁର,ବ୍ରହ୍ମପୁର, କେନ୍ଦୁଝର, ଝାରପଡା ଜେଲରୁ ଅନ୍ତେବାସୀ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି ।