ଆରମ୍ଭ ହୋଇସାରିଛି ଶ୍ରାବଣ ମାସ ,., ଦେବ ଦେବ ମହାଦେବଙ୍କ ପାଖରେ ନିଜର ମାନସିକ ରଖି କାନ୍ଧରେ ପାଣି ଭାର ନେଇ ଯାଇଥାଆନ୍ତି ଭକ୍ତ । ଆଉ ଏହି ପାଣି ଭାର ବିଶ୍ୱାସର ସହ ନେଇ ଯିବା ଭିତରେ ଅଲଗା ଅଲଗା କିଛି ଦୃଶ୍ୟ ଦେଖିବାକୁ ମିଳେ ., କିଏ ନିଜର ମାନସିକ ରଖି ଯାଉଥିବା ଭିତରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି .,., ଯେଉଁଥିରେ ଦେଖିବାକୁ ମିଳୁଛି ଯେ ପାଣି ଭାର ସହ ଜଣେ ଭକ୍ତ ନିଜ ବାପା ଓ ମାଙ୍କୁ କାନ୍ଧରେ ବୋହି ନେଉଛି ଯାହାକୁ ଦେଖି ଲୋକେ କହୁଛନ୍ତି ଯେ ଏ ହେଉଛି କଳିଯୁଗର ଶ୍ରବଣ କୁମାର । ହରିଦ୍ୱାର ଠାରୁ ଗଙ୍ଗାଜଳ ନେଇ ମେରଠ କୁ ପାଣି ଭାର ନେଇଯାଉଛନ୍ତି । ଆଉ ଏହି କଳିଯୁଗର ଶ୍ରବଣ କୁମାର ର ନାଁ ହେଉଛି ବିଟ କୁମାର .. ବିଟୁ ମେରଠ ଜିଲ୍ଲାର ଏକ ଗାଁରେ ବସବାସ କରନ୍ତି । ବିଟୁ ନିଜର ପିତା ମାତାଙ୍କୁ କାନ୍ଧରେ ବସାଇ ୧୮୦ କିଲୋମିଟର ରାସ୍ତା ଖାଲି ପାଦରେ ପାଣିଭାର ନେଇ ଯାଉଥିବାରୁ ମାତା ପିତା ବି ବହୁତ ଖୁସି ଥିବାର ନଜର ଆସିଛନ୍ତି ଆଉ କହିଛନ୍ତି ଯେ ଏମିତିକା ଶ୍ରବଣକୁମାର ପୁଅ ଭଗବାନ ସମସ୍ତଙ୍କୁ ଦିଅନ୍ତୁ । ଆମକୁ ତୀର୍ଥ ଯାତ୍ରା କରିବାର ଇଚ୍ଚା ଥିଲା ଆମ ପୁଅ ସେ ଇଚ୍ଛା କୁ ପୂରଣ କରିଛି ଆମେ ନିଜକୁ ବହୁତ ଭାଗ୍ୟଶାଳୀ ମନେକରୁଛି ସେ ଏମିତି ପୁଅକୁ ଆମେ ଜନ୍ମ ଦେଇଛୁ । ବିଟୁଙ୍କ ବାପା ରଣବୀର କହିଛନ୍ତି ଯେ ମୁଁ କେବେ ସ୍ୱପ୍ନ ରେ ସୁଦ୍ଧା ଭାବି ନଥିଲି କି ଆମ ପୁଅ କାଉଡିଆ ଯାତ୍ରା ବେଳେ ଆମକୁ ହିଁ ସାଙ୍ଗରେ ନେଇଆସିବ , ଦିନକୁ ସେ ୧୨ ରୁ ୧୩ କିଲୋମିଟର ପର୍ଯ୍ୟାନ୍ତ ଚାଲିଥାଆନ୍ତି , ଯେବେ ଥକି ଯାଆନ୍ତି ରାସ୍ତା କଡରେ କେଉଁଠି ଠିଆ ହୋଇ ଆରମ ବି କରିଥାଆନ୍ତି । ବିଟୁ କୁମାର କହିଛନ୍ତି ଯେତେବେଳେ ସେ ହରିଦ୍ୱାର କୁ ଭାରିଭାର ନେଇ ଯାଆନ୍ତି ସେତେବେଳେ ଦେଖନ୍ତି କିଛି ଲୋକ ନିଜ ବୟସ୍କ ପିତା ମାତାଙ୍କୁ କାନ୍ଧରେ ନେଇ ଯାତ୍ରା କରିବାର ଆଉ ସେବେଠାରୁ ହିଁ ସେ ଇଚ୍ଛା ପ୍ରକାଶ କରିଥିଲେ ସେ ବି ଏମିତି ନିଜ କାନ୍ଧରେ ମାତା ପିତାଙ୍କୁ ଏଭଳି ଯାତ୍ରା କରେଇବାର ।
ରାସ୍ତାରେ ଏମିତି ଶ୍ରବଣ କୁମାର କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ବି ହୋଇଯାଉଛନ୍ତି, ଓ ତାଙ୍କୁ ସ୍ୱାଗତ କରିବା ସହ ବିଟୁ କୁମାରଙ୍କର ପ୍ରଶାଂସା ବି କରିଛନ୍ତି ।
ପିତା ମାତାଙ୍କ ପ୍ରତି ଅତୁଟ ଭଲ ପାଇବା ଓ ସ୍ନେହ ଦେଖି ଲୋକେ ଖୁସି ବି ହେଉଛନ୍ତି । ପୁଅ ଏମିତି ହିଁ ପିତା ମାତା ଙ୍କର ସେବା କରିବା ଉଚିତ ..