ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସାମ୍ବାଦିକ ଓୟୁଜେ ସଂଘ ଆଜି ସାମ୍ବାଦିକ ଙ୍କ ସୁରକ୍ଷା ସାମାଜିକ ନିରାପତ୍ତା ଓ ପେନସନ ଦେବା ପାଇଁ ଆଜି କଲା ବେଜ ପିନ୍ଧି ରେଙ୍ଗାଲି ଓୟୁଜେ ସାମ୍ବାଦିକ ସଂଘ ରେଙ୍ଗାଲି ତହସିଲ ଅଫିସ ସାମ୍ନା ରେ ପ୍ରତିବାଦ କରିଥିଲେ l ଅନେକ ରାଜ୍ୟ ରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟଣ ହୋଇ ସାରିଲାଣି କିନ୍ତୁ ଆଜି ଯାଏ ରାଜ୍ୟ ସରକାର ସାମ୍ବାଦିକ ଙ୍କୁ ଅଣଦେଖା କରି ଛନ୍ତି ସେଥିପାଇଁ ଏହାର ପ୍ରତିବାଦ ଏବଂ ସାମ୍ବାଦିକ ଙ୍କୁ ଉଚିତ ନ୍ୟାୟ ପାଇଁ ଆଜି ରେଙ୍ଗାଲି ଓୟୁଜେ ସାମ୍ବାଦିକ ସଂଘ ଏହାର ପ୍ରତିବାଦ କରିଛନ୍ତି l ସାମ୍ବାଦିକ ମାନଙ୍କ ମଧ୍ୟରେ ଦୂର୍ଗା ଶଙ୍କର ବାଗ,ଜଗନ୍ନାଥ ମେହେର, ହିମାଂଶୁ ଦାସ,ସୁନୀଲ ନାଥ, ହେମନ୍ତ ରାଉତ, ଦିନେଶ ମହାନା, ସୁରଜ ପୋଦାର, ମନୋଜ ମୁଦୁଲି ଆଦି ସାମିଲ ହୋଇ ରେଙ୍ଗାଲି ତହସିଲ ଅଫିସ ସମ୍ମୁଖରେ ପ୍ରତିବାଦ କରିଥିଲେ।