<h3>କଳାହାଣ୍ଡି,୨୩/୦୪/୨୪: କଳାହାଣ୍ଡି ଲୋକସଭା ଓ ବିଧାନସଭା ଆସନ ପାଇଁ ସୋମବାର, ୪ ଲୋକସଭା ଓ ୮ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ବିଜେପି ଓ ବିଜେଡି ପକ୍ଷରୁ ମା' ମାଣୀକେଶ୍ୱରୀ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ରେ ପହଞ୍ଚିଥିଲେ । ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ମାଳବିକା ଦେଓ ଓ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବହୁଜନ ସମାଜ ପାର୍ଟି ପକ୍ଷରୁ ରାଜରାମ ସାହୁ ଓ ସ୍ୱାଧୀନ ପ୍ରାର୍ଥୀ ଧର୍ମେନ୍ଦ୍ର ଗହୀର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଳାହାଣ୍ଡି ରିଟର୍ଣିଙ୍ଗ ଅଧିକାରୀ ତଥା ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ଭବାନୀପାଟଣା ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ନାଏକ ଓ ବିଜେଡି ପ୍ରାର୍ଥୀ ଲଳିତା ନାଏକ ରିଟର୍ଣିଙ୍ଗ ଅଧିକାରୀ ତଥା ଉପ ଜିଲ୍ଲାପାଳ ବିଶ୍ଵଜିତ ଦାଶ ଓ ଲାଞ୍ଜିଗଡ ବିଧାନସଭା ପାଇଁ, ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶାରୀ ଓ ବି ଏସ ପି ପ୍ରାର୍ଥୀ ମୋହନସିଂ ମାଝୀ ରିଟର୍ଣିଙ୍ଗ ଅଧିକାରୀ ତଥା, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନର୍ଲା ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ଅନିରୁଦ୍ଧ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଓ ଜୁନାଗଡ ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ତୁଲେସ୍ୱର ନାଏକ ଏବଂ ସ୍ୱାଧୀନ ପ୍ରାର୍ଥୀ ଧର୍ମାନନ୍ଦ ଗହୀର ସୋମବାର ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।</h3>