କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ନିକଟ indoor ଷ୍ଟାଡିୟମ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ, ନେହେରୁ ଯୁବ କେନ୍ଦ୍ର, ଜିଲ୍ଲା ପତଞ୍ଜଳି ଯୋଗ ସମିତି, CRPF 64 BATALIANର ମିଳିତ ଉଦ୍ୟମ ରେ ଆୟୋଜିତ ଯୋଗ ଶିବିରରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗ ଦେଇ ଯୋଗ ସାଧନା କରିଥିଲେ । ଯୋଗ ପ୍ରଶିକ୍ଷକ ନିହାରେନ୍ଦ୍ର ପଣ୍ଡା ଓ ଅଶୋକ କୁମାର ମୁଣ୍ଡଙ୍କ ତତ୍ତ୍ୱାବଧାନରେ ଆୟୁଷ ମନ୍ତ୍ରଣାଳୟ ର protocol ଅନୁସାରେ ଯୋଗ ଏବଂ ପ୍ରଣାୟମ କରିବା ଦେଖା ଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, CRPF 64 BATALIAN କମାଣ୍ଡେଣ୍ଟ ପଙ୍କଜ ଚୌଧୁରୀ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ତଥା ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଯୋଗଭ୍ୟାସ କରିଥିଲେ । ସେହିପରି ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ, କେନ୍ଦ୍ରୀୟ ବିଦ୍ୟାଳୟ ତଥା ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଅନ୍ତର୍ଜାତିକ ଯୋଗ ଦିବସ ଉତ୍ସହ ର ସହ ପାଳିତ ହୋଇଛି । ଏହି ଅବସରରେ ପ୍ରତ୍ୟହ ଯୋଗ କରିବା ଓ ନିଜକୁ ସୁସ୍ଥ ରଖିବା ପାଇଁ ସମସ୍ତେ ଶପତ ପାଠ କରିଥିଲେ । ଯୋଗ ଶରୀର ଓ ମନ କୁ ସୁସ୍ଥ ରଖେ ଓ ଶରୀର ର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ବକ୍ତାମାନେ ମତ ରଖିଥିଲେ । ପ୍ରକାଶ କରିଥିଲେ ।