ଦୀର୍ଘ ଦିନ ର ବ୍ୟବଧାନ ପରେ କଳାହାଣ୍ଡି ରେ ମାଓ ବ୍ୟାନର,ଜୁଲାଇ 28 ରୁ ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ମାଓ ସପ୍ତାହ ସିକେର ଗୁଡା ଗାଁ ରେ ମାଓ ବ୍ୟାନର । କଳାହାଣ୍ଡି ଜିଲ୍ଲାର ମାଓ ଅଧ୍ୟୁଷିତ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଯୁଗସାଏ ପାଟଣା ନିକଟସ୍ଥ ସିକର ଗୁଡା ଗାଁ ଛକରେ ଓ ମୁଖ୍ୟ ରାସ୍ତା ରେ ଆଜି ମାଓ ବ୍ୟାନର ଓ ଅସ୍ଥାୟୀ ସ୍ମୃତି ସ୍ତମ୍ଭ ଦେଖିବାକୁ ମିଳିଛି, ଏଥି ସହିତ ଗୋଟିଏ ଜୁଲାଇ 28 ରୁ ଅଗଷ୍ଟ 3 ପର୍ଯ୍ୟନ୍ତ ମାଓବାଦୀଙ୍କ ସହୀଦ ସପ୍ତାହ ପାଳନ କରୁଛନ୍ତି । ଏହି ଅବସର ରେ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଏହି ସଂଗଠନରେ ବହୁ ସଂଖ୍ୟାରେ ସାମିଲ ହେବା ପାଇଁ ସଂଗ୍ରାମୀ ଜନ ସାଧାରଣ ଙ୍କୁ ଅନୁରୋଧ କରିଥିବା ବ୍ୟାନର ରେ ଉଲ୍ଲେଖ କରାଯାଇଛି । ପୋଲିସ ଗୁଳିରେ କ୍ୟାଡ଼ର ମାଓବାଦୀ ଦଶରୁ, ଲଳିତ, ସନ୍ଦେଶ ଓ ସୁନୀଲ ଭଳି ସଂଗ୍ରାମୀ ସହୀଦ ଙ୍କ ବଳିଦାନ କୁ ମନେ ପକାଇ ଲାଲ ପତାକା କୁ ତୋଳି ଧରିବା ବୋଲି ବ୍ୟନର ରେ ଲେଖିଛନ୍ତି । ସେହି ଗାଁ ଓ ଅଂଚଳରେ ଏବେ ଭୟ ର ବାତାବରଣ ରାହିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ।