କର୍ଣ୍ଣାଟକ ସରକାର ଗୁରୁବାର ନିଷ୍ପତ୍ତି ନେଇଛନ୍ତି ଯେ ବିଏସ୍ ୟେଦୁରପ୍ପାଙ୍କ ନେତୃତ୍ୱାଧୀନ ପୂର୍ବ ବିଜେପି ସରକାର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ଦେଇଥିବା ମଞ୍ଜୁରୀକୁ ପ୍ରତ୍ୟାହାର କରି ନିଆଯିବ।
କଂଗ୍ରସ କ୍ୟାବିନେଟ୍ ଏହି ନିଷ୍ପତ୍ତିକୁ ଆଇନ ଅନୁସାରେ ନୁହେଁ ବୋଲି ଦର୍ଶାଇଥିଲା।
ଆସନ୍ତା ଦୁଇ ଦିନ ମଧ୍ୟରେ ଏ ନେଇ ପ୍ରଶାସନିକ ଆଦେଶ ଜାରି କରାଯିବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ଏଚ୍. କେ. ପାଟିଲ କହିଛନ୍ତି।