ଖୋର୍ଦ୍ଧା : କରୋନା ସ୍ଥିତି ବଢିବା ନେଇ ଆଶଙ୍କାରେ ରାଜ୍ୟବାସୀ । ଅନୁମତି ନନେଇ ଯାତ୍ରା ପରିବେଷଣ କରାଯାଉଥିଲା। ଏ ନେଇ ଅଭିଯୋଗ ହେବା ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆ ତହସିଲଦାର ଓ ଆଇଆଇସି ଯାତ୍ରା ବନ୍ଦ କରିଛନ୍ତି । ମହାମାରୀ କରୋନାର ଲେଉଟାଣୀ ଆଶଙ୍କା କରି ଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରା ବନ୍ଦ ପରେ ଯାତ୍ରା କଳାକାର ଓ ଆୟୋଜକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ୧୯ ତାରିଖରୁ ବେଗୁନିଆରେ ଯାତ୍ରା ପରିବେଷଣ କରୁଥିଲା ରଙ୍ଗମହଲ। ଏଥିପାଇଁ ପ୍ରଶାସନଠାରୁ ଅନୁମତି ନେଇନଥିଲେ। ପ୍ରଥମ ରଜନୀରେ ରଙ୍ଗମହଲ ପରିବେଷଣ କରିଥିବା ନାଟକକୁ ୨୦୦୦ରୁ ଅଧିକ ଲୋକ ଦେଖିଥିବା ଅଭିଯୋଗ ହୋଇଥିଲା। ପରେ ଶନିବାର ରାତିରେ ବେଗୁନିଆ ଆଇଆଇସି ଓ ତହସିଲଦାର ମଞ୍ଚ ନିକଟକରେ ପହଞ୍ଚିଥିଲେ। ଯାତ୍ରା ପାଇଁ ଅନୁମତି ନେଇଛନ୍ତି କି ନାହିଁ ଆୟୋଜକଙ୍କୁ ପଚାରିଥିଲେ। ମାତ୍ର ଆୟୋଜକମାନେ ଅନୁମତି ନେଇନଥିବା କହିଥିଲେ। ଏହା ପରେ ଯାତ୍ରା ପରିବେଷଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ପରିସ୍ଥିତିକୁ ଆଖରେ ରଖି ସମସ୍ତଙ୍କୁ କୋଭିଡ଼ ନିୟମ ମାନିବାର ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ କୋଭିଡ ନିୟମ ଉଲ୍ଲଂନ ହେଉଥିବାରୁ ପ୍ରଶାସନ ପହଞ୍ଚି ବେଗୁନିଆ ଯାତ୍ରା ବନ୍ଦ କରିଛି ।