ଭୁବନେଶ୍ୱର: କରୋନା ମହାମାରୀକୁ ନେଇ ରାଜ୍ୟରେ ଜାରି ହୋଇଛି ପୁଣି ଥରେ କଟକଣା। କରୋନା ସଂକ୍ରମଣ ରୋକିବା ପାଇଁ ୫ ରାଜ୍ୟ ଉପରେ ନଜର । ୫ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖାଯିବ । ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ଡରୁ ଆସୁଥିବା ଲୋକଙ୍କ ଉପରେ ରହିବ କଡ଼ା ନଜର । କରୋନା ସଂକ୍ରମଣ ରୋକିବା ପାଇଁ ବିମାନବନ୍ଦର ଓ ରେଲଓ୍ୱେ ଷ୍ଟେସନରେ କଟକଣା କଡ଼ିକଡ଼ି କରାଯାଇଛି । ଏନେଇ ସବୁ ଜିଲ୍ଲାପାଳ, ବିମାନବନ୍ଦର ନିର୍ଦ୍ଦେଶକ ଓ ରେଲଓ୍ୱେ ଜିଏମ୍ଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ସମସ୍ତ ଯାତ୍ରୀ ୭ଦିନ ପାଇଁ ହୋମ୍ ଆଇସୋଲେସନରେ ରହିବା ବାଧ୍ୟତାମୂଳକ ହେବ। ଯଦି ଏହି ଅବଧି ମଧ୍ୟରେ ସେମାନଙ୍କ ମଧ୍ୟରେ କିଛି ଲକ୍ଷଣ ଦେଖାଦିଏ ତା’ହେଲେ ସେମାନେ ଆରଟି-ପିସିଆର ପରୀକ୍ଷା କରିବେ। ପଜିଟିଭ୍ ଚିହ୍ନଟ ହେଲେ, କରୋନା ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା କରାଯିବ। ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୭୨ ଘଣ୍ଟା ପୂର୍ବରୁ ଥିବା କୋଭିଡ ନେଗେଟିଭ ରିପୋର୍ଟ ଗ୍ରହଣଯୋଗ୍ୟ ହେବ । ଏହାଛଡ଼ା କୋଭିଡ ଭ୍ୟାକ୍ସିନ ନେଇଥିବା ଶେଷ ସାର୍ଟିଫିକେଟ୍ ଦରକାର ପଡିବ । ଏନେଇ ସବୁ ଜିଲ୍ଲାପାଳ, ବିମାନବନ୍ଦର ନିର୍ଦ୍ଦେଶକ ଓ ରେଲଓ୍ୱେ ଜିଏମ୍ଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି ।