କେନ୍ଦ୍ରାପଡ଼ା : ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଙ୍କ ୫୧ ତମ ଜନ୍ମଜୟନ୍ତୀ କରୋନା ପିଡ଼ିତ, ଅସହାୟ ଙ୍କ ସେବାରେ ରାଜ୍ୟ ମତ୍ସଛ୍ୟଜିବି କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡ଼ା ସଦର ବ୍ଲକ ଅନ୍ତର୍ଗତ ଭରତପୁର ଅନୁସୂଚିତ ଜାତି ସlହି ସମେତ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି l ମହାମାରି କରୋନା ଯୋଗୁ ରାହୁଲ ଗାନ୍ଧୀ ତାଙ୍କର ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେବା ସହ କରୋନା ପିଡ଼ିତ, ଅସହାୟବ୍ୟକ୍ତି ଓ ପରିବାର ବର୍ଗ ଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ଶ୍ରୀ ଗାନ୍ଧୀ ପରାମର୍ଶ ଦେଇଥିଲେ l ଓଡିଶା ପ୍ରଦେଶ ମତ୍ସଛ୍ୟଜୀବୀ କଂଗ୍ରେସ କମିଟି ମଧ୍ୟ କରୋନା ପିଡ଼ିତ,ଅସହାୟ ବ୍ୟକ୍ତି ଓ ପରିବାର ଙ୍କ ସେବା କରି ରାହୁଲ ଗାନ୍ଧୀ ଙ୍କ ଜନ୍ମଦିନ ପାଳନ କରିଛି l ଶନିବାର କେନ୍ଦ୍ରାପଡ଼ା ସଦର ବ୍ଲକ ଅନ୍ତର୍ଗତ ଭରତପୁର ଅନୁସୂଚିତ ଜାତି ସାହିରେ ଅସହାୟ ବ୍ୟକ୍ତି ଓ ପରିବାରବର୍ଗ ଙ୍କ ଗହଣରେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପlଳନହେବା ସହ ଶୁଖିଲା ଖାଦ୍ୟ ପ୍ୟାକେଟ,ମାସ୍କ,ସାନିଟାଇଜର, ସାବୁନ ଆଦି ବଣ୍ଟନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା ପ୍ରଦେଶ ମତ୍ସଛ୍ୟଜିବି କଂଗ୍ରେସ ରାଜ୍ୟ ସଭାପତି ତଥା ଅଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ହଳଧର ସେଠୀ,ଓଡିଶା ପ୍ରଦେଶ କଂଗ୍ରେସ ପଛୁଆବର୍ଗ ଉପସଭାପତି ଫକିର ଚରଣ ଖଟୁଆ,ଜ଼ିଲ୍ଲା ପଛୁଆବର୍ଗ କଂଗ୍ରେସ ସଭାପତି ବିଧୁ ଭୂଷଣ ମହାପାତ୍ର,ଭରତପୁର ସରପଞ୍ଚ ଜିନତ ପ୍ରିୟଦର୍ଶିନୀ,ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ଦାସ,ଜ଼ିଲ୍ଲା ମତ୍ସଛ୍ୟଜିବି କଂଗ୍ରେସ ସଭାପତି କ୍ଷୀରୋଦ ଚନ୍ଦ୍ର ବେହେରା,ପୂର୍ଣ୍ଣଚନ୍ଦ୍ର ଭଦ୍ର ପ୍ରମୁଖ ଅଂଶ ଗ୍ରହଣ ସଚେତନ କରିବା ସହ ବଣ୍ଟନ କରିଥିଲେ l କୋଭିଡ ମାର୍ଗଦର୍ଶିକା ଅନୁଯାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l