ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ସେଠାରେ ପ୍ରଚାର ତାତି ଜୋର ଧରିଥିବାବେଳେ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ କରୋନା ପାଇଁ ଭର୍ଚୁଆଲ ପ୍ରଚାର କରିବେ ବୋଲି ସୂଚନା ମିଳିଛି । ଜିଲ୍ଲାପରିଷଦ ଜୋନ୍ ଅନୁଯାୟୀ ପ୍ରଚାର କାର୍ଯ୍ୟକ୍ରମ ଚାଲିବ। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲରେ ନବୀନ ପଟ୍ଟନାୟକ ଭୋଟ ମାଗିବେ ବୋଲି ବିଧାୟକ ଉମା ସାମନ୍ତରାୟ ସୂଚନା ଦେଇଛନ୍ତି । ସେପଟେ ପ୍ରଚାର ପାଇଁ ଆସନ୍ତା ୧୩ ତାରିଖରେ ପିପିଲିରେ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟ କିଛି କେନ୍ଦ୍ରୀୟ ନେତା ମଧ୍ୟ ପିପିଲି ଆସି ପ୍ରଚାର କରିବେ ବୋଲି ଜଣାପଡିଛି। ଆସନ୍ତା ୮ ତାରିଖରୁ ଭାଜପା ପିପିଲି-ଡେଲାଙ୍ଗ ଅଞ୍ଚଳରେ ଜୋନାଲ ରାଲି କରିବ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।