ଭୁବନେଶ୍ୱର : ରାଜ୍ୟରେ କରୋନା ଭୟଙ୍କର ହୋଇ ମାଡି ଚାଲିଛି । ନିୟନ୍ତ୍ରଣ ପାଇଁ ନୂଆ ଷ୍ଟ୍ରାଟେଜି କରାଯାଉଛି । ତେବେ ସଟଡାଉନ,ଲକଡାଉନର ବର୍ତ୍ତମାନ ଆବଶ୍ୟକତା ସବୁ ଜାଗାରେ ନାହିଁ । ଯେଉଁଠି ଲୋକେ ଅମାନିଆ ହେଉଛନ୍ତି ଓ ଭିଡ଼ ହେଉଛି ସେଠାରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି । ଗତଥର ବର୍ଷ କରୋନାର ପ୍ରଥମ ଲହର ସଂକ୍ରମଣ ବେଳେ ସବୁ ଜାଗାରେ ସଟଡାଉନ,ଲକଡାଉନ କରାଯାଇଥିଲା । ତାହାର ପ୍ରଭାବ କେମିତି ଥିଲା ତାହାକୁ ମଧ୍ୟ ଅନୁଧ୍ୟାନ କରାଯାଇ ଏବେ ପଦକ୍ଷେପ ନିଆଯାଉଛି । କିନ୍ତୁ ଯେଉଁ ଜାଗାରେ ପଜିଟିଭ ଅଧିକ ବଢୁଛି, ଲୋକେ ଅମାନିଆ ହେଉଛନ୍ତି । ଯେଉଁଠି ଭିଡ଼ ହେଉଛି ସେହି ଜାଗାରେ ସଟଡାଉନ,ଲକଡାଉନ ଭଳି ପଦକ୍ଷେପ ନିଆଯାଇପାରେ । 43 ପ୍ରତିଶତ ଜେନେରାଲ ବେଡ଼, 63 ପ୍ରତିଶତ ICU ବେଡ଼ ଓ 35 ପ୍ରତିଶତ ଭେଣ୍ଟିଲେଟର ବେଡ଼ରେ ରୋଗୀ ଚିକିତ୍ସିତ ହେଉଛନ୍ତି । ପଶ୍ଚିମ ଓଡ଼ିଶାରେ କରୋନା ରୋଗୀ ଅଧିକ । ସେଥିପାଇଁ ସେଠାରେ ଅଧିକ ରୋଗୀ ଭର୍ତ୍ତି ହେଉଛନ୍ତି । ସେଠାରେ ADM, ନୋଡାଲ ସ୍ୱାସ୍ଥ୍ୟ ଅଧିକାରୀ ମନିଟର କରିବା ସମେତ ଷ୍ଟେଟ ନୋଡାଲ ଅଧିକାରୀ ମନିଟର କରୁଛନ୍ତି । ଗୋଟିଏ ଦିନର ରୋଗୀ ସଂଖ୍ୟା ଦେଖି ଭୟଭିତ ହୁଅନ୍ତୁ ନାହିଁ । 15 ଦିନର ତଥ୍ୟ ଦେଖି ସମୀକ୍ଷା କରିବା ଉଚିତ । ରୋଗ ହେଲେ ମୃତ୍ୟୁ ନିଶ୍ଚିତ ହେବ । ହେଲେ ଅନ୍ୟ ରାଜ୍ୟ ଠାରୁ ଓଡିଶାରେ ଭଲ ସ୍ଥିତି ଅଛି । କେନ୍ଦ୍ର ସରକାରଙ୍କ ଏକ୍ସପର୍ଟ କମିଟି ଓ ରାଜ୍ୟ ସରକାରଙ୍କ ଏକ୍ସପର୍ଟ କମିଟିଙ୍କ କଥା ଶୁଣନ୍ତୁ । ସୋସିଆଲ ମିଡିଆ କଥା ବିଶ୍ୱାସ କରନ୍ତୁ ନାହିଁ । ଗତକାଲି ରାଜ୍ୟରେ 8 ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପ୍ରାୟ 7 ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଣ୍ଟାକ୍ଟ ଟ୍ରେସିଂ ଯୋଗୁଁ କରୋନା ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି, ଭୟ କରନ୍ତୁ ନାହିଁ ବୋଲି ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।