ସାରା ଦେଶରେ କରୋନାସ୍ଥିତି ଜଟିଳ ହୋଇପଡିଛି । ବଢୁଛି ସରକାରଙ୍କ ଚିନ୍ତା । ଏଏସଆଇ ଦ୍ୱାରା ପରିଚାଳିତ କୀର୍ତ୍ତିରାଜି , ସାଇଟ ଓ ମ୍ୟୁଜିଅମ ଆଜିଠୁ ମେ 15 ଯାଏଁ ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରୁ ରଖି କେନ୍ଦ୍ର ସରକାରଙ୍କ ପ୍ରତ୍ନୋତତ୍ୱ ବିଭାଗ ଏଏସଆଇ ଦ୍ୱାରା କୀର୍ତ୍ତିରାଜି ବନ୍ଦ ପାଇଁ ନିଷ୍ପତି ନିଆଯାଇଛି । ଏନେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ସୂଚନା ଦେଇଛନ୍ତି । ରାଜ୍ୟରେ ଏଏସଆଇ ନିୟନ୍ତ୍ରଣରେ ଥିବା କୋଣାର୍କ ମନ୍ଦିର, ଖଣ୍ଡଗିରି, ରାଜାରାଣୀ ମନ୍ଦିର ଆଦି କୀର୍ତ୍ତିରାଜି ମେ 15 ଯାଏଁ ବନ୍ଦ ରହିବ ।