କରୋନା କହର ସମଗ୍ର ଦେଶକୁ କବଳିତ କରି ରଖିଛି । ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଦୈନିକ ସଂକ୍ରମଣ ଏବେ ତିନି ଲକ୍ଷ ମୁହାଁ ହେଲାଣି । ଆଜି ସମଗ୍ର ଭାରତରୁ ମୋଟ ୨,୬୧,୫୦୦ ଜଣ କରୋନା ପହିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଗତ ଗୁରୁବାର ଏହି ସଂଖ୍ୟ ଦୁଇ ଲକ୍ଷ ପାର କରିଥିଲା ବେଳେ ଆଜି ଏହା ଅଢେଇ ୨,୬୧,୫୦୦ରେ ପହଁଚିଛି । ତେବେ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ସାଧାରଣ ସ୍ଥାନରେ ଲୋକ ମାନଙ୍କର ଗହଳି କମାଇବା ଲାଗି ନାଇଟ କର୍ଫ୍ୟୁ ସପ୍ତାହନ୍ତ ଲାକ୍ଡାଉନ ଆଦି କଟକଣା ଲଗାଉଛନ୍ତି । ଏହି ଭଳି ସମୟରେ ପଶ୍ଚିମବଙ୍ଗରେ ଚାଲିଥିବା ସାଧାରଣ ନିର୍ବାଚନରେ କିପରି ରାଜନେତା ମାନେ ବଡବଡ ରାଲି ଅନୁଷ୍ଠିତ କରୁଛନ୍ତି ତାହା ଉପରେ ସାଧାରଣ ଲୋକମାନେ ପ୍ରଶ୍ନ ଉଠାଉଥିଲା ବେଳେ ଆଜି ରାହୁଲ ଗାନ୍ଧୀ ପାଶ୍ଚିମ ବଙ୍ଗରେ ହେବାକୁ ଥିବା ତାଙ୍କର ସମସ୍ତ ରାଲି ବାତିଲ କରିଛନ୍ତି । ସେ କହିଛନ୍ତି ବଢୁଥିବା କରୋନା ସଂକ୍ରମଣକୁ ଦେଖି ପଶ୍ଚିମବଙ୍ଗରେ ହେବାକୁ ଥିବା ସମସ୍ତ ସାଧାରଣ ସଭାକୁ ବାତିଲ କରୁଛି । ଏବଂ ମୁ ସମସ୍ତ ରାଜନୈତିକ ପାର୍ଟୀକୁ ଏହା ଉପଦେଶ ଦେବି ଯେ ସେମାନେ ହେବାକୁ ଥିବା ତାଙ୍କର ବିଶାଳ ଜନ ସଭାଗୁଡିକ କରିବା ବିଷୟରେ ଟିକେ ଚିନ୍ତା କରନ୍ତୁ ଏବଂ ଏହାର ପ୍ରଭାବ କଣ ରହିବ ତା ପ୍ରତି ଦୃଷ୍ଟି ଦିଅନ୍ତୁ ।