ଭାରତରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଚାଲିଛି । ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ସ୍ଥିତି ଜଟିଳ ହେବାରେ ଲାଗିଛି । ଦେଶରେ ଅମ୍ଳଜାନ ସଙ୍କଟ ବଡ ସମସ୍ୟା ପାଲଟିଛି । ତେବେ ବିଶ୍ୱର ଅନେକ ଦେଶ ଭାରତକୁ ସହଯୋଗର ହାତ ବଢାଇଛନ୍ତି । ଭାରତରେ କରୋନା ସଙ୍କଟ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି, ‘ଯେତେବେଳେ ଆମେରିକାରେ ମହାମାରୀ ସଂକଟ ଆରମ୍ଭ ହୋଇଥିଲା ଭାରତ ଆମକୁ ସହାୟତା କରିଥିଲା । ଭାରତର ଏହି ଆବଶ୍ୟକ ସମୟରେ ଆମେ ସାହାଯ୍ୟ କରିବାକୁ ସ୍ଥିର କରିଛୁ ।’ ତେବେ ଫ୍ରାନ୍ସ ମଧ୍ୟ ଭାରତକୁ ଅକ୍ସିଜେନ ଯୋଗାଇବାରେ ସହାୟତା କରିବ । ଗତ ଦୁଇମାସ ଧରି ଆମେରିକା ଭାରତୀୟ କମ୍ପାନୀ ସେରମ୍ ଇନଷ୍ଟିଟ୍ୟୁଟର କରୋନା ଟୀକା କୋଭିଶିଲ୍ଡ ତିଆରିରେ ବ୍ୟବହୃତ କଞ୍ଚାମାଲ ଯୋଗାଣ ବନ୍ଦ କରିଆସୁଛି । ତେବେ ବର୍ତ୍ତମାନ ଆମେରିକା ତୁରନ୍ତ କଞ୍ଚାମାଲ ଯୋଗାଇବାକୁ ପ୍ରସ୍ତୁତ ଅଛି । ତେଣୁ କୋଭିଶିଲ୍ଡ ଟୀକା ଉତ୍ପାଦନ ଶୀଘ୍ର ବଢିବ ।