ଭୁବନେଶ୍ବର : କରୋନା ସଂକ୍ରମଣ ଯୋଗୁ ବନ୍ଦ ହେବନି ସ୍କୁଲ। ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। କହିଲେ, ସରକାରୀ ସ୍କୁଲ ଛାତ୍ରଙ୍କୁ କରୋନା ହୋଇନି। ଯାହା ହୋଇଛି ଘରୋଇ ଶିକ୍ଷାନୁଷ୍ଠାନରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେଣୁ ନବମ ଓ ଏକାଦଶ ପାଇଁ ସ୍କୁଲ ବନ୍ଦ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏନେଇ ମନ୍ତ୍ରୀ କହିଛନ୍ତି, ଆସନ୍ତା ୩୦ ତାରିଖରେ ସେମାନଙ୍କ ଅଭ୍ୟାସ ପରୀକ୍ଷା ଅଛି। ଆହୁରି ଗୋଟେ ଏପ୍ରିଲରେ ହେବ। ଏପ୍ରିଲ ୯ରେ ଓଟିଇଟି ପରୀକ୍ଷା ହେବାର ଅଛି। ରାଜ୍ୟ ସରକାର ସମସ୍ତ ଏସ୍ଓପି ମାନି କ୍ଲାସ ଚଳାଇଛନ୍ତି। ତେଣୁ ସ୍କୁଲ ବନ୍ଦ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।