କରୋନା ସଂକ୍ରମଣକୁ ନେଇ ସତର୍କ ଅଛି ଶିକ୍ଷା ବିଭାଗ । ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ବିଭାଗୀୟ ଅଧିକାରୀଙ୍କୁ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଗତକାଲି ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ଏବଂ ଆମେ ସମସ୍ତେ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ଭୁବନେଶ୍ୱରରେ ନିୟମ କଡାକଡି ଭାବେ ପାଳନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ପରିସ୍ଥିତି ଆସିଲେ ସ୍କୁଲ ବନ୍ଦ କିମ୍ବା ଲକଡାଉନ ସମ୍ପର୍କରେ ଚିନ୍ତା କରାଯିବ ବୋଲି ସେ କହିଛନ୍ତି । ଏବେ ଏସଓପି ନେଇ ସ୍କୁଲ ଚାଲିଛି । ଆଗକୁ ବ୍ୟବସ୍ଥା ଦେଖି ବିଚାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ପୁଣି ଥରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟରେ ଭୟଭୀତ ସ୍ଥିତି । ଅନ୍ୟପଟେ ଦେଶରେ ୫ଟି ରାଜ୍ୟରେ ଅଚାନକ କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି । ଲୋକ ସଚେତନ ଓ ସତର୍କ ରହିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।