କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି ଷୋହଳ ହାତୀ । ଆଜି ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନlଞ୍ଚଳରୁ ବୈତରଣୀ ନଦୀ ପାରିହୋଇ କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି ହାତୀ ପଲ । ତେବେ ଏହି ସତେଇସ୍ ଟିକିଆ ହାତୀ ପଲଙ୍କ ମଧ୍ୟରୁ ଷୋହଳ ହାତୀ ଚାଲି ଆସିଛନ୍ତି କରଞ୍ଜିଆ ବନଖଣ୍ଡକୁ l ଏବେ ହାତୀପଲ ଘୋଷଦା ଜଙ୍ଗଲରେ ବିଶ୍ରାମ ନେଉଥିବା ଜଣାପଡିଛି l ଅନ୍ୟପଟେ ବର୍ତ୍ତମାନ ସମୟରେ ବିଲ ବାଡ଼ିରେ କିଛି ଫସଲ ନ ଥିବାରୁ ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶି ଘର ଦ୍ବାର ଭାଙ୍ଗିବାର ସମ୍ଭାବନା ଅଧିକ ରହିଛି l ସେଥିପାଇଁ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି l ତେବେ ସ୍ଥାନୀୟ ବନବିଭାଗ ହାତୀପଲର ଗତିବିଧି ଉପରେ ନଜର ରଖିଥିବା ଜଣାପଡିଛି ।