ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର । ହସ୍ପିଟାଲକୁ ଆସିଲା ନୂଆ ଟେକ୍ନୋଲୋଜି । ଡେଲିଭରି ବେଳେ ଜଣାପଡିବ ନାହିଁ ଗର୍ଭ ଯନ୍ତ୍ରଣା । ମହିଳାମାନେ ଯେତେବେଳେ ପିଲା ଜନ୍ମ କରନ୍ତି ସେତେବେଳର କଷ୍ଟ ଓ ଯନ୍ତ୍ରଣା ସେ ହିଁ ଜାଣିଥାନ୍ତି । ତାଙ୍କ ବ୍ୟତୀତ ଏହି ଯନ୍ତ୍ରଣା କେବଳ କିଛି ମାତ୍ରାରେ କରାଉଥିବା ଡାକ୍ତର ଓ ନର୍ସ ମାନେ ଅନୁଭବ କରିପାରନ୍ତି । ହେଲେ ଏବେ ଡାକ୍ତରୀ ବିଜ୍ଞାନ ଏକ ନୂଆ ତରିକାରେ ଡେଲିଭରି କରାଇବ ଯେଉଁ ତରିକାରେ ଗର୍ଭବତୀ ଜଣଙ୍କୁ ଡେଲିଭରି ସମୟରେ ଗର୍ଭ ଯନ୍ତ୍ରଣା ଜଣାପଡିବ ନାହିଁ । ବିଜ୍ଞାନର ଅଗ୍ରଗତି ଯୋଗୁଁ ପ୍ରତିଦିନ କିଛି ନା କିଛି ନୂତନ ଉଦ୍ଭାବନ ଦେଖିବାକୁ ମିଳୁଛି । ହେଲେ ବିଜ୍ଞାନର ଅଗ୍ରଗତି ସବୁଠୁ ଅଧିକ ଦେଖିବାକୁ ମିଳୁଛି ଚିକିତ୍ସା ବିଜ୍ଞାନରେ । ଯାହାଦ୍ୱାରା ଅସାଧୁ ରୋଗର ଚିକିତ୍ସା ବି ସହଜରେ ସାଧନ ହୋଇପାରୁଛି । ହେଲେ ପ୍ରଥମଥର ପାଇଁ ଗର୍ଭବତୀ ମାନଙ୍କୁ ଡେଲିଭରି ସମୟରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେବାକୁ ବ୍ରିଟେନର ଡାକ୍ତର ମାନେ ଏକ ଗବେଷଣା କରି ସେଥିରେ ଉପନୀତ ହେଉଛନ୍ତି । ଯେଉଁଥିପାଇଁ ଏହି ଗବେଷଣା କରୁଥିବା ଟିମ୍କୁ ସାରା ବିଶ୍ୱରୁ ପ୍ରଶଂସାର ସୂଅ ଛୁଟୁଛି । ବ୍ରିଟେନର ଏକ ହସ୍ପିଟାଲରେ ପ୍ରଥମଥର ପାଇଁ ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା କମାଇବାକୁ ଏହି ନୂଆ ପଦକ୍ଷେପ ନିଆଯାଇଛି । ଏଠାରେ ନ୍ୟାସନାଲ ହେଲ୍ପ ସର୍ଭିସ୍ ପକ୍ଷରୁ ହସ୍ପିଟାଲରେ ଗର୍ଭବତୀଙ୍କୁ ଭଚ୍ୟୁଆଲ ରିୟଲଟି ହେଡସେଟ୍ ପିନ୍ଧିବାକୁ କୁହାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗର୍ଭବତୀ ଲେବର ରୁମକୁ ଯିବା ପୂର୍ବରୁ ଯନ୍ତ୍ରଣା ଉପରୁ ତାଙ୍କର ନଜର ହଟିଯିବ । ମାତ୍ର ୭ମିନିଟ୍ ପାଇଁ ଗର୍ଭବତୀଙ୍କୁ ଏହି ହେଡସେଟ ଡ୍ରେସ୍ ପିନ୍ଧିବାକୁ ପଡିବ । ଏହି ସମୟରେ ଭିଆରରେ ଲାଇଟିଂ, ସମୁଦ୍ର ଲହଡି, ମଙ୍ଗଳଗ୍ରହରେ ପାଦ ଥାପିବା,ପେଙ୍ଗୁଇନ୍ ମାନଙ୍କ ଗ୍ରହଣରେ ଥିବା ଭଳି ଗର୍ଭବତୀଙ୍କୁ ଅନୁଭବ ହେବ । ଏଥି ସହିତ ମନକୁ ଶାନ୍ତି ରଖିବା ପାଇଁ ଗର୍ଭବତୀ ମାନେ ସଙ୍ଗୀତ ମଧ୍ୟ ଶୁଣିପାରିବେ । ଏହା ପ୍ରଥମେ ୱେଲ୍ସର ସମସ୍ତ ହସ୍ପିଟାଲରେ ଲାଗୁ କରାଯିବ ।