ସୋରଡ଼ା ଆଡପମଣ୍ଡପରେ ଦୀର୍ଘ 32 ବର୍ଷ ପରେ ଆୟୋଜିତ ଲଷ୍ମୀ ମେଢ଼ରେ ପ୍ରତିଦିନ ସନ୍ଧ୍ୟା ଆଳତି ପାଇଁ ଭିଡ଼ ଦେଖାଯାଉଥିବା ବେଳେ ପୂଜାରେ ନିୟୋଜିତ ପୁରୋହିତଙ୍କ ବେଦପାଠରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି l ଶୁକ୍ରବାର କନ୍ଧୁଣି ଦେବୀ ଯୁବକ ସଂଘର ସଦସ୍ୟମାନେ ସେଠାରେ ପହଂଚି ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରିଥିଲେ l ସଙ୍ଘର ପିଣ୍ଟୁ କର, ରଞ୍ଜନ ସାହୁ, ବିମଲ ସାହୁ, ସଂଜୀ ଅଧିକାରୀ, ନୀଳା ମଲିକ, ରାଜା ଦାସ, ରବି ପ୍ରଧାନ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ l ସଙ୍ଘ ତରଫରୁ 5555 ଟଙ୍କାଆର୍ଥିକ ରାଶି ସହଯୋଗ ସ୍ୱରୂପ ମେଢ଼ ପୃଷ୍ଠ ପୋଷକ ଅନିଲ ଦାସ ଙ୍କୁ ପ୍ରଦାନ କରାଯାଇଥିଲା I ମେଢ଼ ଆସନ୍ତା 16/12/2024 ପର୍ଯ୍ୟନ୍ତ ପୂଜା ପାଇବ I ଶ୍ରୀକାନ୍ତ ଦାସ, ଅମି ବେହେରା, ପ୍ରତାପ ସାହୁ, ରଞ୍ଜି ବେହେରା, ଜିତୁ ସାହୁ ପ୍ରମୁଖ ପରିଚାଳନା କରୁଛନ୍ତି I