ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାର ୨ଟି ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବାଲିଗୁଡ଼ାର ଜଗନ୍ନାଥ ମନ୍ଦିର ଓ ମା’ଦକ୍ଷୀଣ କାଳୀ ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି । ଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ସୁନା ଅଳଙ୍କାର ସହ ଟଙ୍କା ଚୋରି କରି ନେଇଯାଇଛନ୍ତି ଦୁର୍ବୃତ୍ତ। । ମନ୍ଦିର କବାଟ ଭାଙ୍ଗି ଲୁଟ୍ ହୋଇଛି। ସିସିଟିଭିରେ ଲୁଟର ପୁରା ଘଟଣା କଏଦ ହୋଇଛି। ଉଭୟ ମନ୍ଦିରରୁ ରାତି ୧୨ଟା ୩୦ରୁ ୨ଟା୩୦ ମଧ୍ୟରେ ଚୋରି ହୋଇଥିବା ଜଣାପଡ଼ିଛି ।ସିସିଟିଭି ଫୁଟେଜ ଆଧାରରେ ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି।