ଫୁଲବାଣୀ: ଲୁଟ୍ ଅଭିଯୋଗରେ ଗିରଫ ହେଲେ ପୂର୍ବତନ ବିଧାୟକ। ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଗିରଫ କରିଛି ପୋଲିସ୍। ସୂଚନା ମୁତାବକ, ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ଟଙ୍କା ଲୁଟ୍ ଅଭିଯୋଗରେ ଦେବେନ୍ଦ୍ରଙ୍କ ସହ ତାଙ୍କର ଅନ୍ୟ ଜଣେ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି । କେଉଁ କାରଣରୁ ତାଙ୍କୁ ପୋଲିସ ଗିରଫ କରିଛି, ତାହା ଜଣାପଡି ନଥିବା ବେଳେ ଏକ ଡକାୟତି ମାମଲାରେ ତାଙ୍କୁ ଗରିଫ କରାଯାଇଥିବା ସନ୍ଦେହ କରାଯାଉଛି। ଗିରଫ କରିବା ପରେ ବିଧାୟ ଓ ତାଙ୍କ ସହଯୋଗୀଙ୍କୁ କୋର୍ଟ ଚାଲାଣ କରିଛି ଟାଉନ୍ ଥାନା ପୋଲିସ୍।ଗିରଫ ଅନ୍ୟ ସହଯୋଗୀ ଜଣଙ୍କ ଓଜଈଘର ହାବିଲଦାର ଶ୍ରୀନିବାସ କହଁର ବୋଲି ସୂଚନା ମିଳିଛି। ବିଧାୟକଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ୧୭୦, ୪୧୭, ୪୧୯,୩୮୪, ୩୯୫ ଦଫା ଲାଗିଛି । ଗତ ୧୧ ତାରିଖରେ ଉରୁମାଗଡ଼ ରାସ୍ତାରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ଲୁଟ ଶିକାର ବ୍ୟକ୍ତି ଢେଙ୍କାନାଳ ପର୍ଜଙ୍ଗ ଅଞ୍ଚଳର କାମାକ୍ଷୀ ବେହେରା। ବନ୍ଧୁ ଘରକୁ ଯାଉଥିବା ବେଳେ ରାସ୍ତାରେ ଲୁଟ୍ର ଶିକାର ହୋଇଥିଲେ ବୋଲି କାମାକ୍ଷୀ ଥାନାରେ ଅଭିଯୋଗ କରିଥିଲେ। ଠିକଣା ପଚାରିବା ବେଳେ ଦେବେନ୍ଦ୍ର ମାଡ଼ ମାରି ଲୁଟ୍ କରିଥିବା ଥାନାରେ ଅଭିଯୋଗ କରିଥିଲେ କାମାକ୍ଷୀ। ଏ ନେଇ ତାଙ୍କୁ ପୋଲିସ ମଧ୍ୟ ଗିରଫ କରିଥିଲା।