ପ୍ରାକୃତିକ ସମ୍ପଦ ଯେ କୌଣସି ଦେଶକୁ କରିପାରେ ମାଲାମାଲ । ବଦଳାଇ ଦିଏ ଦେଶର ଆର୍ଥିକ ଓ ସାମାଜିକ ସ୍ଥିତି । ଲୋକଙ୍କ ଜୀବନଧାରଣ ମାନରେ ଅସାଧାରଣ ଉନ୍ନତି ପରିଲକ୍ଷିତ ହୁଏ । କତର ଓ ସାଉଦି ଆରବ ଏହାର ଜ୍ୱଳନ୍ତ ଉଦାହରଣ । କତର ୧୨ହଜାର ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଦେଶ ୧୯୨୨ ପର୍ଯ୍ୟନ୍ତ ବସବାସ କରିବା ଯୋଗ୍ୟ ନଥିଲା । ଏଠିକାର ଜନସଂଖ୍ୟାର ଅଧିକାଂଶ ମସôଜୀବୀ ହେବା ସହ ସମୁଦ୍ରରୁ ମୋତି ବାହାର କରି ଜୀବିକା ର୍ନିବାହ କରୁଥିଲେ । ଏମାନେ ଯାଯାବର ଭଳି ଆରବୀୟ ଦେଶରେ ଘୂରିବୁଲୁଥିଲେ । ୧୯୩୦ ମସିହାରେ ଯେତେବେଳେ ଜାପାନ ମୋତୀର ପ୍ରଡକ୍ସନ ଆରମ୍ଭ କଲା , ସେତେବେଳେ କତରର ଆର୍ଥିକ ସ୍ଥିତି ଆହୁରି ବିଗିଡିବାରେ ଲାଗିଲା । ସ୍ଥିତି ଏତେ ଖରାପ ହେବାରେ ଲାଗିଲା ଯେ ସେଠାକାର ଲୋକମାନେ ବିଦେଶରେ ରହିବାକୁ ଲାଗିଲେ । ଫଳରେ କତରର ଜନସଂଖ୍ୟା ୨୪ହଜାରରେ ପଂହଚିଲା । ଏକପ୍ରକାରରେ ଏହି ଦେଶ ଖାଲି ହେବାରେ ଲାଗିଲା । ପରେ ଏହା ୧୯୩୯ ମସିହାରେ କତରର ପଶ୍ଚିମ ଉପକୂଳରେ ଦୋହାଠାରି ୮୦ କିଲୋମିଟର ଦୂରରେ ସ୍ଥିତ ଦୁଖାନରେ ମିଳିଲା କଳା ସୁନାର ସନ୍ଧାନ । ଯାହାକି ଦେଶର ଭାଗ୍ୟକୁ ରାତାରାତି ବଦଳଇଦେଲା । କଳା ସୁନା ଅର୍ଥାତ ତୈଳ କୂପ । ଧିରେ ଧିରେ କତର ଏହି ତେଲକୁ ଅନ୍ୟ ଦେଶକୁ ରପ୍ତାନି କରିବାକୁ ଲାଗିଲା । ଫଳରେ କତରରେ ଆରମ୍ଭ ହେଲା ଧନ ବର୍ଷା । ଆଉ କତରର ସ୍ଥିତି ବଦଳିବାରେ ଲାଗିଲା । ଯେଁଉ ଦେଶରେ କେହି ରହିବାକୁ ପସନ୍ଦ କରୁନଥିଲେ । ସେଠାରେ ଜନବସତି ବଢିବାରେ ଲାଗିଲା । ୧୯୭୦ ବେଳକୁ ଜନସଂଖ୍ୟା ୧ଲକ୍ଷ ଉପରେ ପହଞ୍ଚିଯାଇଥିଲା । ବର୍ଷେ ପରେ ୧୯୭୧ ମସିହାରେ ଇଂଞ୍ଜିନିୟର ମାନେ ଏଠାରେ ପ୍ରାକୃତିକ ଗ୍ୟାସ ରିଜର୍ଭର ସନ୍ଧାନ ପାଇଲେ । ଏହା କତରର ଅଧା ଅଞ୍ଚଳ ଅର୍ଥାତ ୬୦୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଥିଲା । ଏହାପରେ ମାନଚିତ୍ରରେ ବଦଳିଗଲା କତର ପରିଚୟ । କତରବାସୀଙ୍କ ଭାଗ୍ୟ ଖୋଲିଗଲା । ଘରେ ଲକ୍ଷ୍ମୀ ବିରାଜିଲେ । କତର ମୋଟ ଜି.ଡି.ପି ୩.୭ ପ୍ରତିଶତରୁ ବଢି୨୬.୨ ପ୍ରତିଶତରେ ଯାଇ ପହଞ୍ଚିଗଲା ।
ଅନ୍ୟପକ୍ଷରେ କହିବାକୁ ଗଲେ କତରରେ ଲୋକଙ୍କ ମୁଣ୍ଡ ପିଛା ଆୟ ୫୦ଲକ୍ଷ ଟପିଗଲା । ଅର୍ଥାତ କତରରେ ରହୁଥିବା ପ୍ରତ୍ୟେକ ଲୋକ ଧନୀ ପାଲଟିଗଲେ । ଠିକ୍ ଏମିତି କିଛି ଦେଖିବାକୁ ମିଳିଥିଲା ସାଉଦି ଆରବରେ । ୧୯୩୦ ମସିହା ପର୍ଯ୍ୟନ୍ତ ସାଉଦି ଆରବରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକେ ରହୁଥିଲେ । ସେମାନେ ପରସ୍ପର ସହ ଅଧିକାଂଶ ସମୟରେ ଲଢେଇ ଝଗଡା କରୁଥିଲେ । ଓଟ, ଛେଳି ଓ ମେଣ୍ଡା ପାଳି ସେମାନେ ଜୀବିକା ନିର୍ବାହ କରୁଥିଲେ । ତେବେ ୧୯୩୨ରେ ସାଉଦି ଆରବର ପ୍ରିନ୍ସ ଶାହ ଅବଦୁଲ ଅଜିଜ୍ ବିନ୍ ସାଉଦ ତାଙ୍କ ଦେଶରେ ତୈଳ ରିଜର୍ଭର ଭଣ୍ଡାର ରହିଥିବା ଜାଣିବା ପାଇଥିଲେ । ଭୂତଳୁ ଏହି ତେଲକୁ ବାହାର କରିବା ପାଇଁ ସେ ଆମେରିକୀୟ କମ୍ପାନୀ ସହ ଚୁକ୍ତି କଲେ । ୧୯୭୮ରେ ଖନନ ଆରମ୍ଭ ହେବା ପରେ ସାଉଦି ଆରବର ଭୂଗର୍ଭରୁ ଏତେ ତେଲ ବାହାରି ଥିଲା ଯେ ସାରା ଦୁନିଆ ସ୍ତବ୍ଧ ହୋଇଗଲା । ଫଳରେ କତର ଭଳି ସାଉଦି ଆରବ ଭି ଭାଗ୍ୟ ଚମକାଇବାରେ ଲାଗିଲା । ଏପରିକି ତୈଳ ବିକ୍ରିରେ ସାଉଦି ଆରବ ଆମେରିକାକୁ ଭି ଟପିଗଲା । ସେଠାରେ ଯିଏ ୬୦ହଜାର ଟଙ୍କା କମାଉଥିଲେ ସିଏ ୧୪ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିବାକୁ ଲାଗିଲେ । ସେଠିକାର ଲୋକେ ଭାରତୀୟଙ୍କ ତୁଳନା ୬୩ଗୁଣା ଧନୀ ହୋଇଗଲେ । ସେବେ ଠାରୁ ବିଶ୍ୱର ଧନୀ ଦେଶ ମଧ୍ୟରେ ସାଉଦି ଆରବ ଗଣାଗଲା । କତର ଓ ସାଉଦି ଆରବର ଏଭଳି ପରିବର୍ତନ କେବଳ ସେଠାର ଗଚ୍ଛିତ ଥିବା ପ୍ରାକୃତିକ ସମ୍ପଦ ପାଇଁ ସମ୍ଭବ ହୋଇପାରିଛି ।