ଜଳେଶ୍ୱର: ଭୁବନେଶ୍ୱରର ଶେଷ ସୋପାନରେ ଅତିଷ୍ଠ କଲା ପାରିବାରିକ କଳହ ତଥା ଅର୍ଥାଭାବ। ଶେଷରେ ଚମର ନିଷ୍ପତ୍ତି ନେଲେ ବୃଦ୍ଧ ଦମ୍ପତ୍ତି। ଏକା ସାଙ୍ଗେ ଦୁନିଆକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇ ଚାଲିଗଲେ ବୃଦ୍ଧ ଦମ୍ପତ୍ତି କାଲି ବିଳମ୍ବିତ ରାତିରେ ଘରୁ ବାହାହି ଆସିଥିଲେ। ଆଜି ସକାଳୁ ପୋଖରୀ ହୁଡାରୁ ଉଭୟଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ବିଷ ପିଇ ଆତ୍ମହତ୍ୟା କରିଥିବାର ଆଲୋଚନା ହେଉଛି। ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଘଟିଛି। ମୃତକ ହେଲେ ଭୋଗରାଇ ବ୍ଳକ୍ ଫୁଲବଣି ଗାଁର କାହ୍ନୁମଣ୍ଡଳ ଓ ତାଙ୍କ ପତ୍ନୀ ବାସନ୍ତି ମଣ୍ଡଳ। ପରିବାର ଲୋକଙ୍କ କହିବା ମୁତାବକ, ଉଭୟ ଗତକାଲି ରାତିରେ ଘରେ ଖାଇଥିଲେ। ଏହାପରେ ସମସ୍ତେ ଶୋଇପଡିବା ପରେ ସେମାନେ ଘରୁ ବାହାରକୁ ଆସିଥିଲେ। ଆଜି ସକାଳୁ ସ୍ଥାନୀୟ ଲୋକେ ଉଭୟ ଦମ୍ପତ୍ତି ପୋଖରୀ ହୁଡାରେ ପଡିଥିବାର ଦେଖିବାକୁ ପାଇଥିଲେ। ଏହାପରେ ଡକାଡକି ପରେ ମଧ୍ୟ କେହି ନଶୁଣିବାରୁ ସେମାନେ ବିଷପିଇ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ। ପୋଖରୀ ହୁଡାରୁ ସେମାନଙ୍କର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୋଲିସ୍ ।