କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କଡ଼ିଙ୍ଗାମାଲି ପାହାଡ଼ରୁ ବାହାରୁଥିବା ମୂଲ୍ୟବାନ ବକ୍ସାଇଟ ଖଣି ଦୀର୍ଘ ସାତ/ଆଠ ବର୍ଷ ହବ ଶାଗ ମାଛ ଦରରେ ବେଦାନ୍ତ କମ୍ପାନୀ ତତ୍କାଳୀନ ବିଜେଡ଼ି ସରକାରଙ୍କୁ ହାତ ମୁଠାରେ ରଖି କଡ଼ିଙ୍ଗାମାଲି ପାହାଡ଼ରୁ ଓଏମସି ଜରିଆରେ ମୈତ୍ରୀ କମ୍ପାନୀକୁ ନିୟୋଜିତ କରି ବକ୍ସାଇଟ ଖଣି ଖନନ ଓ ପରିବହନ କରିନେଇ ଯାଉଥିଲା। ଏହି ସମୟରେ ରାଜ୍ୟରେ ବିଜେଡ଼ି ସରକାର ହଟି ବିଜେପି ସରକାର ଆସିବା ପରେ କଡ଼ିଙ୍ଗାମାଲି ପାହାଡ଼ରୁ ବକ୍ସାଇଟ୍ ଖଣି ଟିକୁ ତିନି ଗୁଣା ଅଧିକ ଦରରେ ନେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଚୁକ୍ତି କରିଥିଲେ ସୁଦ୍ଧା ବେଦାନ୍ତ କମ୍ପାନୀ ଓ ଖନନ ଓ ପରିବହନ କରୁଥିବା ମୈତ୍ରୀ କମ୍ପାନୀ ପ୍ରାୟୋଜିତ ରେ ଜଣେ ପୂର୍ବତନ ବିଧାୟକ ଏବଂ ମୈତ୍ରୀ କମ୍ପାନୀର କିଛି ଲୋକେ ପ୍ରାୟ ସାତ/ଆଠଟି ଟେଣ୍ଟ୍ ମାରି ତିନି ଗୁଣା ଅଧିକ ଦରରେ ବକ୍ସାଇଟ କିଣି ଥିବା କମ୍ପାନୀ ବିରୋଧ କରି ଦୀର୍ଘ ଦିନ ଧରି ଖଣି ପରିବହନ କରୁଥିବା ରାସ୍ତା କଡ଼ରେ ବସିଥିଲେ ବୋଲି ଅଭିଯୋଗ ଆଣିଛନ୍ତି କୋରାପୁଟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ଆଉ ସେ କହିଥିଲେ କି ଆଉ ବେଦାନ୍ତ ଓ ମୈତ୍ରୀ କମ୍ପାନୀର ମନମୁଖୀ ଚାଲିବ ନାହିଁ। ଆମେ ବହୁତ ସହି ଗଲୁ ଏତେ ବର୍ଷ ବର୍ଷ ଧରି ଆମ ପାହାଡ଼ରୁ ଖଣି ନେଇ ବେଦାନ୍ତ କୈାଣସି ଉନ୍ନୟନ ମୂଳକ କାର୍ଯ୍ୟ କରି ନାହିଁ ଓଲଟି ଖନନ ଓ ପରିବହନ ଦାୟିତ୍ବରେ ଥିବା ମୈତ୍ରୀ କମ୍ପାନୀ ଦ୍ଵାରା ଅଞ୍ଚଳ ବାସୀଙ୍କ ନାମରେ ମିଥ୍ୟା ମକଦ୍ଦମା ରୁଜୁ କରି ଜେଲ୍ ପଠାଇଛି ତେଣୁ ଯଥା ଶୀଘ୍ର ମୈତ୍ରୀ ଓ ବେଦାନ୍ତ କମ୍ପାନୀ ଏଠାରୁ ହଟାଇବାକୁ ଦାବି କରି ଏକ ଲିଖିତ ଅଭିଯୋଗ ଖଣି ପରିଚାଳକ ହେମନ୍ତ କୁମାର ବେହେରାଙ୍କୁ ଦେଇଛନ୍ତି। ପନ୍ଦର ଦିନ ଭିତରେ ହଟା ନଯାଏ ପୁଣି ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।