କଟିକଟା: ମୁଖ୍ୟାଳୟରୁ ସୂଚନା ପାଇ ରୋଗୀଙ୍କୁ ମେଡିକାଲ ଆଣିବାକୁ ଯାଉଥିବା ରାଷ୍ଟ୍ରୀୟ ଆମ୍ବୁଲାନ୍ସ ସେବାର ୧୦୮ ଆମ୍ବୁଲାନ୍ସ ଗାଡିରୁ ଗାଡି ଚାଳକ ଭାରସାମ୍ୟ ହରାଇବା କାରଣରୁ ସୋମବାର ଦିନ ୩ ଘଟିକା ସମୟରେ ଆମ୍ବୁଲାନ୍ସ ଗାଡିଟି ଦଶରଥପୁର ଥାନା ଅନ୍ତର୍ଗତ କଟିକଟା ଠାରେ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା l ଆମ୍ବୁଲାନ୍ସର ଚାଳକ ରବିନାରାୟଣ ସେଠି ଆହତ ହୋଇ ଗାଡି ଭିତରେ ଫସି ରହିଥିବା ବେଳେ ଆମ୍ବୁଲାନ୍ସର ଅନ୍ୟ ୨ ଜଣ ସହଯୋଗୀ ସଦସ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଚାଳକ ଶ୍ରୀ ସେଠିଙ୍କୁ ଉଦ୍ଧାର କରାଯାଇ ଦଶରଥପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଦଶରଥପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି l