<h3>ଗଣତନ୍ତ୍ରର ମହାପର୍ବ ଲାଗି ଆରମ୍ଭ ହୋଇସାରିଲାଣି ସମର ସଜ୍ଜା ସେପଟେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ, ଗୋଟିଏ ପରେ ଗୋଟିଏ ଯୋଦ୍ଧା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ଲାଗି ପ୍ରସ୍ତୁତ । ସଭା ସମିତି ଓ ଗଣ ପଦଯାତ୍ରାରେ ବେଶ୍ ସରଗରମ ହେଉଛି ରାଜନୈତିକ ମହଲ। ଆଜି କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜୁ ଜନତା ଦଳ ପକ୍ଷରୁ ସଂତୃପ୍ତ ମିଶ୍ର, ଭାରତୀୟ ଜନତା ପାର୍ଟି ପକ୍ଷରୁ ଭର୍ତ୍ତୃହରି ମହତାବ ଓ ସମୃଦ୍ଧ ଓଡିଶା ପକ୍ଷରୁ ମିନତୀ ପଟ୍ଟନାୟକ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ୯୩-କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜୁ ଜନତା ଦଳ ପକ୍ଷରୁ ଚନ୍ଦ୍ର ସାରଥୀ ବେହେରାଏବଂ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରକାଶ ଚନ୍ଦ୍ର ସେଠୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଅନ୍ୟପକ୍ଷରେ ୯୧–ଚୌଦ୍ୱାର-କଟକ ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳ ପକ୍ଷରୁ ସୌଭିକ ବିଶ୍ଵାଳ, କଂଗ୍ରେସର ମୀରା ମଲ୍ଲିକ, ଭାରତୀୟ ଜନତା ପାର୍ଟିର ନୟନ କିଶୋର ମହାନ୍ତି ,ଏବଂ ସ୍ଵାଧୀନ ପ୍ରାର୍ଥୀ ଭାବେ ରଣଜିତ୍ ମଲ୍ଲିକ ଓ ସୁରେଶ ଚନ୍ଦ୍ର ମହାନ୍ତି ଉପ-ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ୯୦-ବାରବାଟୀ କଟକ ବିଧାନସଭା ଆସନ ନିମନ୍ତେ କଂଗ୍ରେସ ପକ୍ଷରୁ ସୋଫିଆ ଫିଦେ୍ର୍ଦାଶ ଏବଂ ସ୍ଵାଧୀନ ପ୍ରାର୍ଥୀ ଭାବେ ଆରିଫ ଖାନ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।</h3>