କଟକ : ଆସନ୍ତା ସୋମବାରଠାରୁ କଟକରେ ଦୋକାନ୨ଟା ପରେ ଦୋକାନ, ବଜାର ବନ୍ଦ ରଖିବାକୁ ସିଏମସି କମିଶନର ଅନନ୍ୟା ଦାସ ଘୋଷଣା କରିଛନ୍ତି । ମେଡିସିନ୍ ଦୋକାନ ବ୍ୟତୀତ ସମସ୍ତ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ, ମାଲଗୋଦାମ ଏବଂ ଛତ୍ରବଜାରରେ ଲୋଡିଂ ଏବଂ ଅନଲୋଡିଂ କାର୍ଯ୍ୟକଳାପ ପ୍ରତିଦିନ ଅପରାହ୍ନ ୨ଟା ପରେ ବନ୍ଦ ରହିବ ବୋଲି ସିଏମସି କମିଶନର ସୂଚନା ଦେଇଛନ୍ତି । କରୋନାର ସଂକ୍ରମଣ ବଢୁଥିବାରୁ ଏହାର ଚେନ ଭାଙ୍ଗିବାକୁ ଦୃଷ୍ଟି ଦେଇ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।