ଜଷ୍ଟିସ ଶୁଭାଶିଷ ତାଳପତ୍ର ଙ୍କୁ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ହୋଇଛନ୍ତି । ରଷ୍ଟ୍ରପତି ଦ୍ରୌପତୀ ମୁର୍ମୁ ଭାରତର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ସହ ପରାମର୍ଶ କରି ଶୁଭାଶିଷ ତାଳପତ୍ରଙ୍କୁ ଓଡିଶା ହାଇକୋଟ ର୍ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିଛନ୍ତି । ସୂଚନା ଅନୁସାରେ, ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ବରିଷ୍ଠ ବିଚାରପତି ଭାବେ ବର୍ତ୍ତମାନ ସେ ଓଡିଶା ହାଇକୋର୍ଟରେ କାର୍ଯ୍ୟରତ ବିଚାରପତି ଅଛନ୍ତି । ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନବିଚାରପତିଙ୍କ ସହ ପରାମର୍ଶ କରି ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିଛନ୍ତି । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ଥିବା ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏସ ମୁରଲୀଧରଙ୍କ ଅଗଷ୍ଟ ୭ରେ କାର୍ୟ୍ୟକାଳ ଶେଷ ହେବା ପରେ ଜଷ୍ଟିସ ଶୁଭାଶିଷ ତାଳପତ୍ର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ । ଏନେଇ ଭାରତୀୟ ଆଇନ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।ଜଷ୍ଟିସ ଶୁଭାଶିଷ ତାଳପାତ୍ରଙ୍କ ନାମକୁ ସୁପ୍ରିମକୋର୍ଟଙ୍କ କଲିଜିୟମ ସୁପାରିସ କରିଥିଲେ । ଜୁନ ୧୦, ୨୦୨୨ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି । ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି । ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧, ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁର ଠାରେ ଜନ୍ମଗ୍ରହଣ କରିଥିଲେ । ୨୦୧୧, ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ।୨୦୧୩, ସେପ୍ଟେମ୍ବର ୧୩ରେ ତ୍ରିପୁରା ନୂତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ତ୍ରିପୁକା ହାଇକୋର୍ଟକୁ ବଦଳି ହୋଇଥିଲେ । ୨୦୧୮, ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯, ନଭେମ୍ବର ୧୧ରୁ ୧୫ ତାରିଖ ପର୍ୟ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ଏହାପରେ ୨୦୨୨ ଜୁନ ୧୦ ତାରିଖରୁ ସେ ଓଡିଶା ହାଇକୋର୍ଟର ବିଚାରପତି ଅଛନ୍ତି । ବର୍ତ୍ତମାନ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅବସର ନେବା ପରେ ତାଙ୍କ ସ୍ଥାନରେ ସେ ଅବସ୍ଥାପିତ ହେବେ ।