<h3>ସ୍ୱର୍ଗତ ଶରତ ଚନ୍ଦ୍ର ମହାନ୍ତି ପ୍ରେରଣାରେ ଅନୁପ୍ରାଣିତ ହୋଇ (ଓ ବି କେ ମ )ମହାସଂଘ ସୃଷ୍ଟି ହୋଇଥିଲା । ପାରାଦ୍ୱୀପ ଡିଭିଜନ ତରଫରୁ କୁଜଙ୍ଗ ବ୍ଲକ ପଙ୍କପାଳ ଡିଭାଇନ ମଣ୍ଡପଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଥିଲା ଞ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଜୁ ଶ୍ରମିକ ସାମୁଖ୍ୟର କାର୍ୟ୍ୟକାରୀ ସଭାପତି ମୋନିଦୀପା ସରଖେଲ, ସମ୍ମାନୀୟ ଅତିଥି ଭାବେ ପାରାଦ୍ୱୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘର ସଭାପତି ଅରିନ୍ଦମ ସରଖେଲ, ଭାବେ ସୁବାସ ସିଂ, ରାଜୀବ ମହାନ୍ତି ଏବଂ ଓଡିଶା ବିଦ୍ୟୁତ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ଅମର ଜୁମର ପ୍ରତାପ ସିଂ ଓ ପାରାଦ୍ୱୀପ ଡିଭିଜନର ସମ୍ପାଦକ ଆଦିତ୍ୟ ପ୍ରସନ ମହାନ୍ତି, ରାହାମା ସେକ୍ସନର ବାସୁଦେବ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ସଭାରେ ଶତାଧିକ ବିଦ୍ୟୁତ କର୍ମଚାରୀ ଓ ବିଜୁଳି ଦିଦି ଉପସ୍ଥିତ ଥିଲେ । ପ୍ରତିକୂଳ ପରିସ୍ଥିତି ସତ୍ୱେ କର୍ମଚାରୀମାନେ ବିଦ୍ୟୁତ ଉପଭୋକ୍ତ।ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେଉଥିବା ବେଳେ ଟାଟା କମ୍ପାନୀ କର୍ମଚାରୀମାନଙ୍କୁ ପ୍ରାପ୍ୟ ପ୍ରଦାନରେ ଅବହେଳା କରୁଅଛି । କାର୍ୟ୍ୟରତ କର୍ମଚାରୀମାନଙ୍କ ବେତନ ବୃଦ୍ଧି ମୃତୁ୍ୟ ବୀମା ରାଶି ୧୫ଲକ୍ଷ ଟଙ୍କା ଏବଂ ପାରାଦ୍ୱୀପରେ ଇଏସଆଇ ମେଡିକାଲ ପ୍ରତିଷ୍ଠା ନିମନ୍ତେ ଅତିଥିମାନଙ୍କୁ ଗୁରୁତ୍ୱାରୋପ କରିଥିଲେ । ଟାଟା କମ୍ପାନୀ ଫ୍ରାଞ୍ଚାଇସ ମାଧ୍ୟମରେ କର୍ମଚାରୀମାନଙ୍କୁ ନିଯୁକ୍ତି କରୁଥିବାରୁ କର୍ମଚାରୀମାନେ ଶୋଷଣର ଶିକାର ହେଉଛନ୍ତି। ଏହି ପଦ୍ଧତିକୁ ଉଚ୍ଛେଦ କରିବା ପାଇଁ ଦୃଢ଼ ଦାବି ହେଉଛି। ଉକ୍ତ ଉତ୍ସବରେ ଅବସର ପ୍ରାପ୍ତ କର୍ମଚାରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ନିଜ କାର୍ୟ୍ୟରେ ଉତ୍ସୁକତା ପ୍ରଦାନ କରିଥିବା କର୍ମଚାରୀ ମାନଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା |</h3>