ଓଡ଼ିଶାରେ ଉନ୍ନତି ପାଇଁ ଡବଲ ଇଂଜିନ ସରକାର ଦରକାର କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉଦ୍ବୋଧନ ଶୁଣି ଉତ୍ସାହିତ ହେଲେ ତୃଣମୂଳ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ନେତୃବୃନ୍ଦ। ନିର୍ବାଚନ ବିଜୟର ସଂକଳ୍ପ ପାଇଁ ରାଜନାଥ ଦେଲେ ଗୁରୁମନ୍ତ୍ର। କର୍ମି କହିଲେ ଗୁଣ୍ଡୁଚି ମୂଷା ପରି ଦେଶପାଇଁ କାର୍ୟ୍ୟ କରିବୁ। ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ମୟୂରଭଞ୍ଜ ଜିଲ୍ଲାକୁ ଜଣେ ପରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସୁଅ ଛୁଟିଛି। ଏହି ପରିପ୍ରେକ୍ଷୀରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି କାର୍ୟ୍ୟକର୍ତ୍ତାଙ୍କ ମଧ୍ୟରେ ମନୋବଳ ବୃଦ୍ଧି ପାଇଁ ଯୋଜନା କରିଛି ବିଜେପି। ଆଉ ଏହି କ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ବାରିପଦାର ଐତିହାସିକ ଛଉ ପଡ଼ିଆରେ ପହଞ୍ଚି ବିଜେପି ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । ଶ୍ରୀ ସିଂ ଛଉ ପଡିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ୨୦ହଜାରରୁ ଉର୍ଦ୍ଧ୍ବ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ରାଜନାଥ ସିଂ ଉପସ୍ଥିତ କର୍ମୀ ଓ ସାଧାରଣ ଜନତାଙ୍କୁ ବକ୍ତବ୍ୟରେ କହିଛନ୍ତି ଯେ ଓଡିଶା ସହ ମୋର ଭାବନାତ୍ମକ ସମ୍ପର୍କ ରହିଛି ଜ୍ଝ କାରଣ କଂଗ୍ରେସ ସରକାର ସମୟରେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ ଜ୍ଝ ଏହି ଯାତ୍ରା ମୁଁ ଓଡିଶାରୁ ଆରମ୍ଭ କରିଥିଲି ଜ୍ଝ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ଚିତ୍ର ବଦଳିଛି ଜ୍ଝ ଓଡ଼ିଶାରେ ମଧ୍ୟ ଡବଲ ଇଂଜିନ ସରକାର ହେବା ଦରକାର । ରାଜନାଥ ସିଂ ମୟୂରଭଞ୍ଜରେ ଆଦିବାସୀ ଙ୍କ ବଳିଦାନ କଥା ଆରମ୍ଭ କରିଥିଲେ । ଦେଶ ସ୍ବାଧୀନତା ପାଇଁ ଆଦିବାସୀ ଙ୍କ ବଳିଦାନ ଅନେକ ଆଦିବାସୀ ମାନେ ସେନାରେ ଯୋଗ ଦେବାକଥା କହିଥିଲେ। ମହିଳା ମାନଙ୍କୁ ଅଗ୍ରାଧିକାର ଦେଇ ଅଧିକ ରୁ ଅଧିକ ସେନାରେ ଯୋଗ ଦେବା ପାଇଁ ଉତ୍ସାହିତ କରାଯାଉଛି। ବିଦେଶୀ ମଞ୍ଚ ରେ ଆଜି ଭାରତ ଆଗୁଆ ଏବେ ଭାରତ କହୁଛି ଓ ବିଦେଶୀ ଶୁଣୁଛନ୍ତି ବୋଲି କହିଥିଲେ। ଏହି କାର୍ୟ୍ୟକ୍ରମରେ ରାଜନାଥ ସିଂହ, ମନମୋହନ ସାମଲ, ବିଶ୍ୱେଶ୍ୱର ଟୁଡୁ, ପ୍ରତାପ ଷଡଙ୍ଗୀ, ମୋହନ ମାଝୀ ପ୍ରମୁଖଙ୍କ ସହ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଯୋଗ ଦେଇଥିଲେ।