ଗଞ୍ଜାମ ଜିଲ୍ଲା ସୋରଡା ଚାଷୀ ମୂଲିଆ ସଂଘ, ଓଡିଶା ଅଲ ଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭା ତରଫରୁ ବୁଧବାର ସଭା ,ଶୋଭାଯାତ୍ରା ସହ ତହସିଲ ଅଫିସ ସମୁଖରେ ଗଣ ବିକ୍ଷୋଭ କରାଯାଇଛି । ସୋରଡ଼ା ବ୍ଲକସରକାରୀ ଓ ଜଙ୍ଗଲ ଜମିକୁ ଆନ୍ଧ୍ର ଜମି ମାଫିଆର ଜବର ଦଖଲ ବନ୍ଦ କରିବା,ଭୂମି ଓ ଘରଡିହ ହୀନଙ୍କୁ ପଟ୍ଟା ଦେବା,ପ୍ରତ୍ୟେକ ଗ୍ରାମରେ ବିଦ୍ୟାଳୟ ଓ ପକ୍କା ରାସ୍ତା ନିର୍ମାଣ କରିବା ଆଦି 9 ଦଫା ଦାବିରେ ସଂଘ ର ପୁରୁଷ ,ମହିଳା ମାନେ ସ୍ଥାନୀୟ ନୂଆଁ ବସ ଷ୍ଟାଣ୍ଡ ଠାରୁ ଶୋଭାଯାତ୍ରା ରେ ବାହାରି ମଧ୍ୟାର୍ହ୍ନ ରେ ତହସିଲ ଅଫିସ ସମୁଖରେ ପହଞ୍ଚିଥିଲେ । ଦେଶ ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଆଜି ବି ସୋରଡ଼ା ବ୍ଲକର ଚାଷୀ ମୂଲିଆ, ଦଳିତ ଆଦିବାସୀ,ଯୁବଛାତ୍ର ଓ ବିଶେଷ କରି ମହିଳା ମାନେ ମୌଳକ ଅଧିକାରରୁ ବଞ୍ଚିତ ହୋଇଆସୁଛନ୍ତି ବୋଲି ନେତା ମାନେ କହିଥିଲେ । ବିଶେଷକରି ଅସୁରବନ୍ଧ,ଗାଜଲବାଡ଼ି,ଗାଙ୍ଗପୁର,ଗୌଡ଼ଗୋଠ, ଲାଠିପଡ଼ା, ଜିପି ଶାସନ ଆଦି ପଂଚାୟତରେ ଦୀର୍ଘ ବର୍ଷ ଧରି ଗରିବ ଦଳିତ ଓ ଆଦିବାସୀ ସାଧାରଣ ଲୋକେ ମୌଳିକ ସୁବିଧାରୁ ବଂଚିତ ହୋଇ ସାବତ ପିଲା ଭଳି ଜୀବନ କାଟୁଛନ୍ତି। ଗୋଟିଏ ପଟେ ନିଜ ପାଖରେ ଭୂମି ଚାଖଣ୍ଡେ ନଥିବାରୁ ସେ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଆଉ ଯାହା ବି ଅଳ୍ପ ସରକାରୀ ଜମି ଖଣ୍ଡେ ଚାଷ କରୁଛନ୍ତି । ଅନ୍ୟପଟେ ସେହି ଅସୁରବନ୍ଧ ଅଂଚଳର ଏକ ଜମିଦାର ର ଜମିକୁ ପିତୃ ପିତା କାଳରୁ ଆମ୍ଭେ ଭୂମିହୀନ ପରିବାର ଦୀର୍ଘ ଦୁଇ ଶହ ବର୍ଷରୁ ଉର୍ଦ୍ଧ ହେବ ଭାଗଚାଷ କରି ଆସୁଥିଲୁ। ସେହି ଚାଷଜମିକୁ ମଧ୍ୟ ଉକ୍ତ ଆନ୍ଧ୍ର ମାଫିଆ ଛଡାଇ ନେଲେ।ସେହିପରି ଯେଉଁ ଗାଁରେ ବିଦ୍ୟାଳୟ ଅଛି ଜାଣି ଶୁଣି ସ୍କୁଲ ବନ୍ଦ କରିଦିଆଯାଇଛି ଏବଂ ଯେଉଁ ଗାଁରେ ସ୍କୁଲଗୃହ ନାହିଁ ସେଠି ଶିକ୍ଷକ ନିଯୁକ୍ତି ଅଛନ୍ତି । ସ୍କୁଲଗୃହ ନିର୍ମାଣ ପାଇଁ ଟଙ୍କା ମଂଜୁର ହୋଇଥିଲେ ମଧ୍ୟ ସରକାରୀ ଜାଗା ନଥିବାରୁ ସ୍କୁଲ ଗୃହ ନିର୍ମାଣ ହୋଇ ପାରୁନାହିଁ ଯାହାଦ୍ଵାରା ଟଙ୍କା ଫେରସ୍ତ ହୋଇଯାଉଛି। ଅନ୍ୟପଟେ ଆଜିବି ଅନେକ ଗାଁକୁ ପକ୍କା ରାସ୍ତା ନାହିଁ ଯାହାଫଳରେ ସ୍କୁଲ ଛାତ୍ରଛାତ୍ରୀ ମାନେ ୧୦ କିମି ଚାଲି ଚାଲି ଯିବାକୁ ବାଧ୍ୟ ହେଉଛନ୍ତି। ଗର୍ଭବତୀ ମାଆ ଓ ଅନ୍ୟ ଗୁରୁତର ରୋଗୀ ମାନଙ୍କୁ ହସ୍ପିଟାଲକୁ ନେବା ପାଇଁ ଗାଁକୁ ଆମ୍ବୁଲାନ୍ସ ଆସି ପାରୁନାହିଁ। ଏହି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ଦାବି କରିଥିଲେ । ସଂଘ ର ନିରାକାର ନାୟକ କ ଙ୍କ ନେତୃତ୍ବରେ ବହୁ ସମର୍ଥକ ଏଥିରେ ଯୋଗ ଦେଇଥିଲେ ସୋରଡ଼ା ତହସିଲଦାର ଓ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା 9 ଦଫା ଦାବିଗୁଡିକ ହେଲା ୧) ଆମ୍ଭେ ଚାଷ କରୁଥିବା ସରକାରୀ ଓ ଜଙ୍ଗଲ ଜମି ଆନ୍ଧ୍ର ଜମି ମାଫିଆ ଦ୍ୱାରା ହଡପ ବନ୍ଦ କରାଯାଉ। ୨) ଦୀର୍ଘ ଦୁଇ ଶହ ବର୍ଷରୁ ଅସୁର ବନ୍ଧ ପଂଚାୟତରେ ଭାଗଚାଷ କରି ଆସୁଥିବା ପରିବାରଙ୍କୁ ବିତାଡିତ କରି ଅନ୍ୟ ଜମି ମାଫିଆକୁ ଜମି ଟେକିଦେବା ବନ୍ଦ କରାଯାଉ ଓ ସେହି ଜମିରେ ଭାଗ ଚାଷୀ ଅଧିକାର ଦିଆଯାଉ। ୩) ଭୂମି ଓ ଘରଡ଼ିହ ହୀନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରାଯାଉ।୪) ଜଙ୍ଗଲ ଜମି ପଟ୍ଟା ପାଇଁ ଆବେଦନ କରିଥିବା ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କୁ ତୁରନ୍ତ ଜଙ୍ଗଲ ପଟ୍ଟା ପ୍ରଦାନ କରାଯାଉ।୫) ପ୍ରତ୍ୟେକ ଗାଁରେ ବିଦ୍ୟାଳୟ ଗୃହ ନିର୍ମାଣ କରାଯାଉ।୬) ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା ନିର୍ମାଣ କରାଯାଉ।୭) ପ୍ରତ୍ୟେକ ଗାଁରେ ସ୍ୱାସ୍ଥ୍ୟ ଚିକିତ୍ସା ଓ ପାନୀୟ ଜଳର ବ୍ୟବସ୍ଥା କରାଯାଉ।୮) ବିଧବା,ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ଏକ ହଜାର ଟଙ୍କା ବଦ ଳରେ ମାସିକ ୩୦୦୦ ଟଙ୍କା ପ୍ରଦାନ କରାଯାଉ। ୯) ସୁଭଦ୍ରା ଯୋଜନାରେ ୮୦ ବର୍ଷ ବୟସ ପର୍ଯ୍ୟନ୍ତ ମହିଳାଙ୍କୁ ସାମିଲ କରାଯାଉ।